ନୂଆଦିଲ୍ଲୀ:ସଫଳତାରେ ଶୀର୍ଷ ଛୁଇଁଛି ଏସ.ଏସ ରାଜମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'RRR' । ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହ ଶେଷରେ ଅର୍ଥାତ୍ ତିନି ଦିନରେ 500 କୋଟିରୁ ଅଧିକ ଟଙ୍କା ଆୟ କରି ବିଶ୍ବବ୍ୟାପୀ ଏକ ଇତିହାସ ସୃଷ୍ଟି କରିଛି । ଫିଲ୍ମକୁ ସଫଳତା ମିଳିବା ପରେ ଫ୍ୟାନ୍ସ, କ୍ରୁ ମେମ୍ବର ଓ ସହ କଳାକାରଙ୍କ ପାଇଁ ସ୍ପେଶାଲ ନୋଟ ଲେଖିଛନ୍ତି ସାଉଥ ଆକ୍ଟର ଜୁନିଅର NTR । ଏଥିଲାଗି ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏଥିରେ ଏନଟିଆର କୋ-ଲିଡ଼ ଭାବେ କୋମରାମ ଭୀମ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମ ରିଲିଜ ହେବା ପରେ ତାଙ୍କୁ ଫ୍ୟାନ୍ସଙ୍କ ଅହେତୁକ ଭଲ ପାଇବା ମିଳିଛି । ତେବେ ଏନେଇ ଏନଟିଆର ଲେଖିଛନ୍ତି ଯେ ଫିଲ୍ମ ରିଲିଜର ପ୍ରଥମ ଦିନରୁ ଦର୍ଶକ ଫିଲ୍ମକୁ ଭଲ ପାଇବା ଦେଇ ଆସୁଛନ୍ତି । ଏହି ଫିଲ୍ମକୁ ନିର୍ମାଣ କରିଥିବା ମେକର୍ସଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ କ୍ୟାରିଅର ମଧ୍ୟରେ ଏହା ଏକ ଲ୍ୟାଣ୍ଡମାର୍କ ଫିଲ୍ମ ବୋଲି ସେ କହିଛନ୍ତି ।
ଏହା ବି ପଢନ୍ତୁ- ଇତିହାସ ରଚିଲା: 3 ଦିନରେ ବିଶ୍ବସ୍ତରରେ 500 କୋଟି ଟଙ୍କା ଆୟ କଲା RRR