ମୁମ୍ବାଇ: ବହୁଚର୍ଚ୍ଚିତ ଫିଲ୍ମ ‘RRR’ ଦୀର୍ଘ ସମୟରୁ ଚର୍ଚ୍ଚାରେ ରହିଆସୁଛି । ‘ବାହୁବଳୀ’ ନିର୍ଦ୍ଦେଶକ ଏସ.ଏସ ରାଜମୌଲୀଙ୍କ ଏହି ଫିଲ୍ମରେ ସାଉଥର ଲୋକପ୍ରିୟ ଅଭିନେତା ରାମ ଚରଣ, ଜୁନିୟର ଏନଟିଆରଙ୍କ ସହ ବି-ଟାଉନର ସିଂଘମ ଅଜୟ ଦେବଗନ ଓ ଆଲିୟା ଭଟ୍ଟ ମୁଖ୍ୟ ଭୂମିକାରେ ଦେଖାଯିବେ । ଆଜି ହିନ୍ଦୁ ନବବର୍ଷରେ ଫିଲ୍ମର ନୂଆ ପୋଷ୍ଟର ଜାରି କରିଛନ୍ତି ମେକର୍ସ ।
‘RRR’ର ନୂଆ ପୋଷ୍ଟରରେ ଉଗାଡି ଶୁଭେଚ୍ଛା ଦେଲେ ନିର୍ମାତା - ଲୋକପ୍ରିୟ ଅଭିନେତା ରାମ ଚରଣଙ୍କ ଫିଲ୍ମ
ଜାରି ହେଲା ‘RRR’ ନୂଆ ପୋଷ୍ଟର । ଜୁନିୟର ଏନଟିଆରଙ୍କ ସହ ନଜର ଆସିବେ ରାମ ଚରଣ । ଅଧିକ ପଢନ୍ତୁ...

ଯାହାକୁ ସେୟାର କରିଛନ୍ତି ଫିଲ୍ମ କ୍ରିଟିକ ତରଣ ଆଦର୍ଶ । ଏହି ନୂଆ ପୋଷ୍ଟରେ ଜୁନିୟର ଏନଟିଆର ଓ ରାମ ଚରଣଙ୍କୁ ଦେଖିବାକୁ ମିଳୁଛି । ଏହା ଫିଲ୍ମର ଏକ ଗୀତର ପୋଷ୍ଟର ପରି ଲାଗୁଛି । ସେହିପରି ପୋଷ୍ଟର ଜରିଆରେ ଦର୍ଶକଙ୍କୁ ଉଗାଡି ଓ ଗୁଡି ପଡୱାର ଶୁଭେଚ୍ଛା ଜଣାଇଛନ୍ତି ‘RRR’ ଟିମ ।
ଯଦି ଫିଲ୍ମ ବିଷୟରେ କଥା ହେବା ତାହାଲେ ‘ବାହୁବଳୀ’ ସଫଳତା ପରେ ଏସଏସ୍ ରାଜାମୌଲିଙ୍କ ଏହି ଫିଲ୍ମ ଚଳିତ ବର୍ଷର ସବୁଠାରୁ ବଡ ଫିଲ୍ମ ଭାବରେ ପରିଚିତ କରାଯାଇଛି । ଏହି କାଳ୍ପନିକ କାହାଣୀରେ ରାମ ଚରଣ ଏବଂ ଜୁନିଅର ଏନଟିଆର ସ୍ବାଧୀନ ସଂଗ୍ରାମୀ ଅଲୁରୀ ସୀତାରାମ ରାଜୁ ଏବଂ କୋମରାମ ଭୀମଙ୍କ ଆଇକନିକ ଭୂମିକାରେ ନଜର ଆସିବେ ।