ମୁମ୍ବାଇ: ଚର୍ଚ୍ଚାରେ ବର୍ତ୍ତମାନ କମେଡି, ହରର ଫିଲ୍ମ ‘ପାଗଲପନ୍ତୀ’ । ଆଉ କିଛି ଦିନ ପରେ ଦର୍ଶକଙ୍କୁ ହସାଇବାକୁ ଯାଉଛି ଏହି ଫିଲ୍ମ । ଆସନ୍ତା ଶୁକ୍ରବାର ରିଲିଜ ହେବ ଏହି ମଲ୍ଟି ଷ୍ଟାରର ଫିଲ୍ମ । ଦର୍ଶକ ମଧ୍ୟ ହସି ହସି ବେହାଲ ହେବାକୁ ଅପେକ୍ଷା କରିବସିଛନ୍ତି । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ନୂଆ ଟିଜର ।
ଏହି ସପ୍ତାହରେ ଫିଲ୍ମ ରିଲିଜ ହେବାକୁ ଯାଉଥିବାରୁ ଏହାର ପ୍ରମୋଶନରେ ଖୁବ ବ୍ୟସ୍ତ ଷ୍ଟାର-କାଷ୍ଟ । କିଛି ଦିନ ପୂର୍ବେ ଫିଲ୍ମର ଟ୍ରେଲର ଦର୍ଶକଙ୍କ ମନ କିଣିଥିବା ବେଳେ ଏବେ ଜାରି ହୋଇଥିବା ଏହି ଟିଜରଟି ମଧ୍ୟ ଦେଖି ଖୁବ୍ ହସୁଛନ୍ତି ଦର୍ଶକ ।