ମୁମ୍ବାଇ: ନିର୍ଦ୍ଦେଶକ ଅନୀସ ବଜ୍ମୀଙ୍କ ଫିଲ୍ମ 'ପାଗଲପନ୍ତୀ' ଏବେ ନିର୍ଦ୍ଧାରିତ ତାରିଖ ଠାରୁ ଦୁଇ ସପ୍ତାହ ପୂର୍ବରୁ ବଡ ପରଦାରେ ରିଲିଜ ହେବାକୁ ଯାଉଛି । ଏହାର ଘୋଷଣା ଫିଲ୍ମ ମେକର୍ସ ସୋମବାର କରିଛନ୍ତି । ପୂର୍ବରୁ ଫିଲ୍ମଟି ନଭେମ୍ବର 22ରେ ରିଲିଜ ହେବାର ଥିଲା । କିନ୍ତୁ ଫିଲ୍ମଟି ଏବେ ନଭେମ୍ବର 8ରେ ରିଲିଜ ହେବ ।
ଏହି ତାରିଖରେ ରିଲିଜ ହେବ ଜନଙ୍କ 'ପାଗଲପନ୍ତୀ' - pagalpanti
ବଦଳିଲା ଜନ ଓ ଇଲିୟାନାଙ୍କ ଫିଲ୍ମ 'ପାଗଲପନ୍ତୀ'ର ରିଲିଜ ତାରିଖ । ନିର୍ଦ୍ଧାରିତ ତାରିଖର ଦୁଇ ସପ୍ତାହ ପୂର୍ବରୁ ରିଲିଜ ହେବ ଏହି ଫିଲ୍ମ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଜନ ଅବ୍ରାହମ
ଫିଲ୍ମ 'ପାଗଲପନ୍ତୀ'ରେ ଜନ ଓ ଇଲିୟାନାଙ୍କ ବ୍ୟତୀତ ଅନିଲ କପୁର, ଅର୍ଶଦ ୱାରସୀ, ପୁଲକିତ ସମ୍ରାଟ, କୃତ୍ରି ଖରବନ୍ଦା, ଉର୍ଭଶୀ ରୌତେଲା ଓ ସୌରଭ ଶୁକ୍ଲା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏବେ ମଧ୍ୟ ଫିଲ୍ମର ସୁଟିଂ ଲଂଣ୍ଡନରେ ଚାଲିଛି ।
ପ୍ରକାଶ ଥାଉକି ଫିଲ୍ମର ନିର୍ମାଣ ଟି-ସିରିଜ, ପୌନୋରମା ଷ୍ଟୁଡିଓ କରୁଛି । ଅନ୍ୟପଟେ ବିନୋଦ ଭାନୁଶାଲୀସ ଶିବ ଚାନନା, ଆଦିତ୍ୟ ଚୌକସେ ଓ ସଞ୍ଜୀବ ଯୋଶୀ ଏହି ଫିଲ୍ମର ସହ-ନିର୍ମାତା ।