ମୁମ୍ବାଇ: କୋରୋନା ଭାଇରସ ଶେଷ ହେବାର ନାଁ ନେଉନାହିଁ। ଏହି ସଂକ୍ରମଣରୁ ଜନସାଧାରଣଙ୍କୁ ବଞ୍ଚାଇବା ପାଇଁ ଅନେକ ଦେଶକୁ ଲକଡାଉନ କରିଦିଆଯାଇଛି। ସେହିପରି ଡାକ୍ତର, ପୋଲିସକର୍ମୀ ଓ ସଫେଇ କର୍ମଚାରୀ ଦିନ-ରାତି ଲୋକଙ୍କ ସହଯୋଗରେ ଲାଗିଛନ୍ତି। ଇତିଧମ୍ୟରେ ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ଜନ ଅବ୍ରାହମ ଟ୍ବିଟରରେ ଏକ ଭିଡିଓ ସେୟାର କରି ଚର୍ଚ୍ଚାରେ।
‘ମେରା ଭାରତ ମହାନ୍’ - ଜନ ଅବ୍ରାହମ ଇମୋଶନା ପୋଷ୍ଟ
କବିତା ଜରିଆରେ ୱାର୍କର୍ସ, ପୋଲିସ ଓ କୋରୋନା ଭାଇରସ କ୍ରାଇସେସ ସହ ଲଢୁଥିବା ସବୁ ଲୋକଙ୍କୁ ଧନ୍ୟବାଦ ଜଣାଇଲେ ଜନ ଅବ୍ରାହମ।
ଯେଉଁଥିରେ ସେ ଏକ ଇମୋଶନାଲଭରା କବିତା ପଢୁଥିବାର ଦେଖାଯାଉଛନ୍ତି। କବିତାରେ ଫ୍ରଣ୍ଟଲାଇନ ୱାର୍କର୍ସ, ପୋଲିସ ଓ କୋରୋନା ଭାଇରସ କ୍ରାଇସେସ ସହ ଲଢୁଥିବା ସବୁ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେହିପରି କବିତାଟିକୁ ଫିଲ୍ମ ‘ସତ୍ୟାମେବ ଜୟତେ’ ନିର୍ଦ୍ଦେଶକ ମିଲାପ ଜଭେରୀ ଲେଖିଛନ୍ତି । ଯାହାକୁ ଶୁଣି ଆପଣଙ୍କ ମଧ୍ୟ ଇମୋଶନାଲ ହୋଇଯିବ । ଜନ ଭିଡିଓରେ କହୁଛନ୍ତି ‘ସଡକେ ହେଁ ଲାୱାରିସ, ଘର ପର ବୈଠା ଇନସାନ ହେ। ଜହାଁ ଖେଲତେ ଥେ ସବ ବଚ୍ଚେ ଅବ ଖାଲି ବୋ ମୈଇଦାନ ହେ। ମନ୍ଦିର ଓ ମସଜିତ ହେ ବନ୍ଦ ଖୁଲି ରାସନ କି ଦୁକାନ ହେ। ହୋସଲା ଫିର ଦିଲୋଁ ମେଁ କ୍ୟୁଂକୋ ମେରା ଭାରତ ମହାନ ହେ।’