ଓଡିଶା

odisha

By

Published : Apr 22, 2020, 12:27 PM IST

ETV Bharat / sitara

ସ୍ବାସ୍ଥ୍ୟକର୍ମୀଙ୍କୁ ଜନଙ୍କ ସଲାମ

ଲକଡାଉନ ସମୟରେ ନିଜ ଜୀବନକୁ ବିପଦରେ ପକାଇ ସମସ୍ତଙ୍କ ସେବା କରୁଥିବା ପୋଲିସ, ସେନା, ଡାକ୍ତରଙ୍କୁ ସୁପରହିରୋ କହିଲେ ଜନ ଅବ୍ରାହମଙ୍କ।

_john abraham
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ଜନ ଅବ୍ରାହମ ଦେଶପ୍ରେମୀ । ତାଙ୍କ ପାଇଁ ଦେଶ ସବୁବେଳେ ପ୍ରଥମେ ଆସିଥାଏ। ସେ ନିଜ ଫିଲ୍ମ କ୍ୟାରିୟରରେ ଅନେକ ଦେଶଭକ୍ତି ଫିଲ୍ମ କରି ଦର୍ଶକଙ୍କ ମନ କିଣିଛନ୍ତି। ଏହି କ୍ରମରେ ସାମିଲ ଅଛି ‘ସତ୍ୟମେବ ଜୟତେ’ ଓ ‘ପରୁମାଣୁ: ଦ ଷ୍ଟୋରି ଅଫ ପୋଖରଣ’ ଭଳି ଫିଲ୍ମ। ବର୍ତ୍ତମାନ କୋରୋନା ଭାଇରସ ପାଇଁ ସେଲିବ୍ରିଟି ନିଜ ଦେଶବାସୀଙ୍କୁ ସଚେତନା ବାର୍ତ୍ତା ବାଣ୍ଟିବାରେ ଲାଗିଛନ୍ତି । କିଛି ଦିନ ପୂର୍ବେ ଜନ ଏକ ଶାନଦାର କବିତା ଶୁଣାଇଥିଲେ। ଯାହା ସମସ୍ତଙ୍କୁ ଇମୋଶନାଲ କରିଦେଇଥିଲା । ଆଉ ଏବେ ଏକ ସାକ୍ଷାତକାରରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି।

ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ ପୋଲିସ, ସେନା, ଡାକ୍ତର କୋଭିଡ-19ର ଯୋଦ୍ଧା । ନିଜ ଜୀବନକୁ ବିପଦରେ ପକାଇ ଆମମାନଙ୍କ ସେବା କରୁଛନ୍ତି। ମୁଖ୍ୟତଃ ନର୍ସ, ୱାର୍ଡ ବୟ। ବାସ୍ତିବ ଜୀବନରେ ଏମାନେ ସୁପରହିରୋ । ଏହି ମହାମାରୀ ସେହି ଲୋକଙ୍କୁ ସୁପରହିରୋ ସାବ୍ୟସ୍ତ କରିଛି। ଯିଏ ଦିନ-ରାତି ଆମ ସେବାରେ ଲାଗିଛନ୍ତି ।

ପ୍ରକାଶ ଥାଉକି ଜନ କୋରୋନା ଭାଇରସ ରିଲିଫ ଫଣ୍ଡକୁ ଦାନ ମଧ୍ୟ କରିଛନ୍ତି । ହେଲେ ସେ ଏଯାବତ ଏହାର ଘୋଷଣା କରିନାହିଁନ୍ତି । ତାଙ୍କ ଅନୁଯାୟୀ ତାଙ୍କ ଭଳି କିଛି ଲୋକ ଦାନ କରିବାକୁ ସାର୍ବଜନିକ କରିପାରିବେ ନାହିଁ । ଆଉ ଯେଉଁମାନେ ଦାନ କରି ଘୋଷଣା କରୁଛନ୍ତି ତାହା ମଧ୍ୟ ଖରାପ ନୁହେଁ।

ABOUT THE AUTHOR

...view details