ମୁମ୍ବାଇ: ଆଜିକାଲି ନିଜର ଆଗାମୀ ଫିଲ୍ମ ‘ଡ୍ରିମ ଗାର୍ଲ’ ପ୍ରମୋଶନରେ ବ୍ୟସ୍ତ ଆୟୁଷ୍ମାନ ଖୁରାନା । ଇତିମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ ‘ବାଲା’ ଉପରେ କଳା ବାଦଲ ଘେରିଯାଇଛି । ଏହି କଳା ବାଦଲ ଜନ ଅବ୍ରାହମଙ୍କ ଆଗାମୀ ଫିଲ୍ମ ‘ପାଗଲପନ୍ତୀ’ର । କାରଣ ‘ବାଲା’ ଏବଂ ‘ପାଗଲପନ୍ତୀ’ ଏକାଠି ରିଲିଜ ହେବାକୁ ଯାଉଛି । ଏହି ଦୁଇଟି ଫିଲ୍ମ ନଭେମ୍ବର 22ରେ ରିଲିଜ ହେବ ।
ନଭେମ୍ବର 22ରେ ମୁହାଁମୁହିଁ ଜନ-ଆୟୁଷ୍ମାନ - ମୁହାଁମୁହିଁ ଜନ ଆୟୁଷ୍ମାନ
ଗୋଟିଏ ଦିନରେ ରିଲିଜ ହେବାକୁ ଯାଉଛି ‘ବାଲା’ ଓ ‘ପାଗଲପନ୍ତୀ’ । ଅଭିନେତା ଆୟୁଷ୍ମାନ ଖୁରାନା ଓ ଜନ ଆବ୍ରାହମଙ୍କ କଡା ଟକ୍କର ଦେଖିବାକୁ ମିଳିବ ।

ଜନଙ୍କ ଅଭିନୀତ ଏହି ଫିଲ୍ମକୁ ନଭେମ୍ବର 8ରେ ରିଲିଜ କରିବାର ଯୋଜନା କରିଥିଲେ ମେକର୍ସ । ସେହିଠାରେ ନିଖିଲ ଆଡଭାନୀଙ୍କ ପ୍ରଡକ୍ସନ ହାଉସ ଏମ୍ମେ ଏଣ୍ଟରଟେନମେଣ୍ଟର ଆଗାମୀ ଫିଲ୍ମ ‘ମରଜାଭନ୍’ ମଧ୍ୟ ନଭେମ୍ବର 8ରେ ରିଲିଜ ହେବ । ଏହାକୁ ଦୃଷ୍ଟିରେ ରଖି ଜନ ନିଜ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦେଇଥିଲେ ।
କାରଣ ନିଖିଲଙ୍କ ନିର୍ଦ୍ଦେଶତି ‘ବାଟଲା ହାଉସ’ରେ ଜନ କାମ କରିବା ସହ ଏହାପୂର୍ବରୁ ତାଙ୍କ ଆଉ ଦୁଇଟି ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ଏହାଦ୍ବାରା ଜନ ଓ ନିଖିଲଙ୍କ ଭଲ ସମ୍ପର୍କ ଅଛି । ତେଣୁ ଜନ ‘ମରଜାଭନ୍’ ସହ ‘ପାଗଲପନ୍ତୀ’ ରିଲିଜ କରିବାକୁ ଚାହୁଁନାହାଁନ୍ତି । ଯାହାଦ୍ବାରା ‘ବାଲା’ ଫିଲ୍ମ ସହ ସେ ‘ପାଗଲପନ୍ତୀ’ର ରିଲିଜ ଘୋଷଣା କରିଦେଇଛନ୍ତି । ଏହି କାରଣ ପାଇଁ ବର୍ତ୍ତମାନ ନିରାଶ ‘ବାଲା’ ମେକର୍ସ ।