ଓଡିଶା

odisha

ETV Bharat / sitara

ଫିକା ପଡିଲା ‘ମୁମ୍ବାଇ ସାଗା’ର କଲେକ୍ସନ, ଚିନ୍ତାରେ ମେକର୍ସ

ବାସ୍ତବ କାହାଣୀକୁ ନେଇ ଆଧାରିତ ‘ମୁମ୍ବାଇ ସାଗା’ର କଲେକ୍ସନ ଉପରେ ପ୍ରଭାବ । ୱିକେଣ୍ଡ ଅପେକ୍ଷା କମିଲା ଫିଲ୍ମର ଆୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

By

Published : Mar 24, 2021, 8:03 AM IST

ମୁମ୍ବାଇ: ଜନ ଅବ୍ରାହମ ଓ ଇମ୍ରାନ ହାସମୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ମୁମ୍ବାଇ ସାଗା’ ନିକଟରେ ରିଲିଜ ହୋଇଥିଲା । ଫିଲ୍ମକୁ କ୍ରିଟିକ୍ସ ଓ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିବାରେ ଲାଗିଛି । ଫିଲ୍ମ ରିଲିଜକୁ 6 ଦିନ ବିତିଗଲାଣି ଏବଂ କୋରୋନା ଭାଇରସ ମହାମାରୀ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦର୍ଶକମାନେ ହଲକୁ ଯାଉଛନ୍ତି । ଏହି କାରଣରୁ ରବିବାର ଦିନ ଫିଲ୍ମ ଭଲ ପ୍ରତିକ୍ରିୟା ପାଇଥିଲା, କିନ୍ତୁ ସୋମବାର ଦର୍ଶକ କମ୍ ଦେଖାଯାଉଥିଲେ । ଯାହାଦ୍ବାରା ଫିଲ୍ମ ଆୟ ଉପରେ ପ୍ରଭାବ ପଡିଛି ।

ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ଏହାର ସୂଚନା ଦେଇଛନ୍ତି । ତାଙ୍କ ଅନୁଯାୟୀ ‘ମୁମ୍ବାଇ ସାଗା’ ସୋମବାର 1.49 କୋଟି ଆୟ କରିଥିଲା । ଏହାପୂର୍ବରୁ ଶୁକ୍ରବାର 2.82 , ଶନିବାର 2.40 କୋଟି ଓ ରବିବାର 3.52 କୋଟି ଆୟ କରିବାରେ ସଫଳ ହୋଇଥିଲା ଫିଲ୍ମ । ରିଲିଜର ଚାରି ଦିନରେ ଫିଲ୍ମ ସମୁଦାୟ 10.23 କୋଟି ଟଙ୍କା ଆୟ କରିଛି ।

ହେଲେ ଏବେ ଫିକା ପଡିଯାଇଛି ଫିଲ୍ମର ଯାଦୁ । କମିବାରେ ଲାଗିଛି ଆୟ । ଯାହାକୁ ନେଇ ଚିନ୍ତିତ ମେକର୍ସ । ପ୍ରକାଶ ଥାଉକି ଏହି ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମ1980 ଏବଂ 1990 ଦଶକ କାହାଣୀ ଉପରେ ଆଧାରିତ । ଯେଉଁଥିରେ ଜନ ଓ ଇମ୍ରାନଙ୍କ ବ୍ୟତୀତ ସୁନୀଲ ସେଟ୍ଟୀ, ମହେଶ ମାଞ୍ଜରେକର, କାଜଲ ଅଗ୍ରାୱାଲ, ରୋହିତ ରୟ, ଗୁଲଶନ ଗ୍ରୋଭର ଓ ପ୍ରତୀକ ବବ୍ବରଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି ।

ABOUT THE AUTHOR

...view details