ଓଡିଶା

odisha

ETV Bharat / sitara

ଜନଙ୍କ ଘୋଷଣା, ମାଲାୟାଲମ ଫିଲ୍ମର ଆଣିବେ ହିନ୍ଦୀ ରିମେକ - ହ୍ୟାଣ୍ଡସମ ଆକ୍ଟର ଜନ ଆବ୍ରାହମଙ୍କ ଘୋଷଣା

ଖୁବଶୀଘ୍ର ନିଜ ପ୍ରଡକ୍ସନ ହାଉସରେ ନୂଆ ପ୍ରୋଜେକ୍ଟ ନିର୍ମାଣ କରିବାକୁ ଯାଉଛନ୍ତି ଅଭିନେତା ଜନ । ଲକଡାଉନ ପରେ ଆରମ୍ଭ କରିବେ ଫିଲ୍ମ ସୁଟିଂ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ

By

Published : May 26, 2020, 10:30 PM IST

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ଜନ ଆବ୍ରାହମ ଲକଡାଉନରେ ଏକ ଘୋଷଣା କରି ଫ୍ୟାନ୍ସଙ୍କୁ ଖୁସି କରି ଦେଇଛନ୍ତି। ସେ ଖୁବଶୀଘ୍ର ନିଜର ଆଗାମୀ ଫିଲ୍ମ ନେଇ ପରଦାକୁ ଫେରିବେ । ମଙ୍ଗଳବାର ଦିନ ଜନ ନିଜ ପରବର୍ତ୍ତୀ ପ୍ରୋଜେକ୍ଟ ଘୋଷଣା କରିଛନ୍ତି ।

ଜନ ତାଙ୍କ ପ୍ରଡକ୍ସନ ହାଉସ ଜେ ଏଣ୍ଟରଟେନମେଣ୍ଟ ବ୍ୟାନରରେ ମାଲାୟାଲମ ଫିଲ୍ମ 'ଆୟାପାନମ କୋଶିୟମ'ର ହିନ୍ଦୀ ରିମେକ ନିର୍ମାଣ କରିବେ। ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ସେ ଏହାର ଘୋଷଣା କରିଛନ୍ତି। ଲକଡାଉନ ଶେଷ ହେବା ପରେ ସେ ଫିଲ୍ମ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ବୋଲି ଜଣାଇଛନ୍ତି।

ସଚ୍ଚିଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ମାଲାୟାଲମ ଫିଲ୍ମ ଏବର୍ଷ ଫେବୃଆରୀ ଆରମ୍ଭରେ ରିଲିଜ ହୋଇଥିଲା । ଫିଲ୍ମଟି ବକ୍ସ ଅଫିସରେ ଶାନଦାର ଆୟ କରିବା ସହ ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରିଥିଲା ।

ପ୍ରକାଶ ଥାଉକି ଫିଲ୍ମରେ ପ୍ରୀତିରାଜ ସୁକୁମାରନ, ବିଜୁ ମେନନ, ଗୌରୀ ନନ୍ଦା, ଆନ୍ନା ରାଜନ ଓ ରଣଜିତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ABOUT THE AUTHOR

...view details