ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କୁ ନିକଟରେ ଫେସବୁକ ଜରିଆରେ ଗୋରୀ ସୁଟର ନାମକ ଜଣେ ୟୁଜର ହତ୍ୟାର ଧମକ ଦେଇଥିଲା । ପୋଷ୍ଟ ଭାଇରାଲ ହେବା ପରେ ପୋଲିସ ଏହି ମାମଲାର ତଦନ୍ତ ମଧ୍ୟ ଆରମ୍ଭ କରିଥିଲା। ଏବେ ଏହି ମାମଲାରେ ଯୋଧପୁରର ଚୋପାସନି ପୋଲିସ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଓ ତାର ଜଣେ ବନ୍ଧୁକୁ ଗିରଫ କରିଛି ।
ଗିରଫ ହୋଇଥିବା ଅଭିଯୁକ୍ତର ଚିହ୍ନଟ ଜ୍ୟାକି ବିଶ୍ରୋଇ ନାମରେ ହୋଇଛି । ସବୁଠାର ଆଶ୍ଚର୍ଯ୍ୟ କଥା ହେଲା କି ପୋଲିସ ଜ୍ୟାକିକୁ ଗାଡି ଚୋରି କରୁଥିବା ବେଳେ ଧରିଥିଲା । ଆଉ ପରେ ଖୁଲାସା ହେଲା କି ସେ ହିଁ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲା । ପୋଲିସ ଅନୁଯାଯୀ ଅଭିଯୁକ୍ତ ସଲମାନଙ୍କୁ ହତ୍ୟା ଧମକ କେବଳ ଶସ୍ତା ଲୋକପ୍ରିୟତା ହାସିଲ କରିବା ପାଇଁ ଦେଇଥିଲା । ଯୋଧପୁର ଚୋପସାନିର ସିଆଇ ପ୍ରବୀଣ ଆଚାର୍ଯ୍ୟ ଏହାର ସୂଚନା ଦେଇଛନ୍ତି ।