ଓଡିଶା

odisha

ETV Bharat / sitara

ବିବାଦରେ ସିଂଘମଙ୍କ ‘ତାନାଜୀ’, ମିଳିଲା ଏପରି ଧମକ

‘ତାନାଜୀ’ ଫିଲ୍ମର କାହାଣୀକୁ ନେଇ ଆପତ୍ତି ପ୍ରକାଶ କଲେ ଏନସିପିର ନେତା ଜିତେନ୍ଦ୍ର ଆହ୍ବାଡ । ଟ୍ବିଟ କରି ମେକର୍ସଙ୍କୁ ଦେଲେ ଧମକ । ଫିଲ୍ମରେ ଇତିହାସକୁ ଭୁଲ ପର୍ଯ୍ୟବେଶିତ କରାଯିବା ଅଭିଯୋଗ ଆଣିଲେ ଜିତେନ୍ଦ୍ର ।

By

Published : Nov 21, 2019, 8:25 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ

ମୁମ୍ବାଇ: ସିଂଘମ ଅଜୟ ଦେବଗନ ଓ ସୈଫ ଅଲ୍ଲୀ ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ଦେଖିବାକୁ ବ୍ୟାକୁଳ ଦର୍ଶକ । ନିକଟରେ ରିଲିଜ ହୋଇଥିବା ଫିଲ୍ମର ଜବରଦସ୍ତ ଟ୍ରେଲର ପରଠାରୁ ଫିଲ୍ମର ଖୁବ୍ ଚର୍ଚ୍ଚା ଚାଲିଛି । କିଏ ଫିଲ୍ମରେ ଅଜୟଙ୍କ ଲୁକକୁ ନେଇ ଚର୍ଚ୍ଚା କରୁଛନ୍ତି ତ ଆଉ କିଏ ସୈଫଙ୍କ ଭିଲେନ ଭୂମିକା ଉପରେ । କିନ୍ତୁ ଇତିମଧ୍ୟରେ ଫିଲ୍ମକୁ ନେଇ ବିବାଦ ମଧ୍ୟ ଦେଖା ଦେଇଛି । ଏହାସହ ‘ତାନାଜୀ’ର ମେକର୍ସଙ୍କୁ ଖୁଲମଖୁଲା ଧମକ ମଧ୍ୟ ମିଳିଛି ।

କଥାଟି ହେଲା କି ନିକଟରେ ଏନସିପିର ନେତା ଏବଂ ବିଧାୟକ ଜିତେନ୍ଦ୍ର ଆହ୍ବାଡ ‘ତାନାଜୀ’ ଫିଲ୍ମ ଉପରେ ଏକ ଟ୍ବିଟ କରିଥିଲେ । ଏହି ଟ୍ବିଟରେ ‘ତାନାଜୀ’ ମେକର୍ସଙ୍କ ଉପରେ ଇତିହାସକୁ ଭୁଲ ପର୍ଯ୍ୟବେଶିତ କରାଯିବାର ଅଭିଯୋଗ ଲାଗିଛି । ଏହାସହ ଧମକ ମଧ୍ୟ ଦିଆଯାଇଥିଲା । ଜିତେନ୍ଦ୍ର ଲେଖିଛନ୍ତି ଟ୍ବିଟ କରି ଲେଖିଛନ୍ତି, ‘ଓମ ରାଉତ ଆପଣଙ୍କ ତାନାଜୀ ଫିଲ୍ମର ଟ୍ରେଲର ଦେଖିଲି, କିଛି ଅସ୍ବାଭାବିକ ଏବଂ ଭୁଲ ତଥ୍ୟରେ ଆପଣ ଶୀଘ୍ର ପରିବର୍ତ୍ତନ କରନ୍ତୁ । ଏହି ଜିନିଷକୁ ଆପଣ ଆପଣଙ୍କ ବିଚାର ଜରିଆରେ ବଦଳାଇଛନ୍ତି । ନହେଲେ ଏହାକୁ ମୁଁ ମୋ ଉପାୟରେ ଦେଖିବି । ଯଦି ଏହାକୁ ବିପଦ ମାନା ଯାଉଛି ତେବେ ଏହା ହିଁ ଠିକ୍ କଥା ।’

ଯାହାକୁ ନେଇ ବର୍ତ୍ତମାନ ଚିନ୍ତାରେ ‘ତାନାଜୀ’ ମେକର୍ସ । ପ୍ରକାଶ ଥାଉକି ପ୍ରଥମଥର ଏମିତି ହୋଇନାହିଁ ଯେବେ କୌଣସି ପିରିୟଡ ଡ୍ରାମା ଫିଲ୍ମ ଉପରେ ବିବାଦ ସୃଷ୍ଟି ହୋଇଛି । ଏହାପୂର୍ବରୁ ସଞ୍ଜୟ ଲୀଲା ଭଂସାଲୀଙ୍କ ବ୍ଲକବଷ୍ଟର ଫିଲ୍ମ ‘ପଦ୍ମାବତ’ ବିବାଦ ଘେରରେ ଫସି ସାରିଛି ।

ABOUT THE AUTHOR

...view details