ଓଡିଶା

odisha

ETV Bharat / sitara

‘ନିର୍ବାଚନ ନା ଆୱାର୍ଡ ଶୋ’

ବି-ଟାଉନ ଷ୍ଟାର୍ସ ରାଜନୀତିରେ ପାଦ ଥାପିବା ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା । କମେଣ୍ଟ ଦେଇ ଷ୍ଟାର୍ସଙ୍କ ମଜାକ ଉଡାଇଛନ୍ତି ୟୁଜର୍ସ ।

By

Published : Mar 27, 2019, 11:24 PM IST

ଡିଜାଇନ ଫଟୋ

ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ପ୍ରାୟତଃନେତା ଠୁଅଭିନେତା ସମସ୍ତେ ପ୍ରସ୍ତୁତ । ଦୁଇ ଦିନ ପୂର୍ବରୁ ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଜୟାପ୍ରଦା ଭାଜପାର ହାତ ଧରିଛନ୍ତି । ଏହାର ଠିକ୍ ଗୋଟିଏ ଦିନ ପରେ ରଙ୍ଗୀଲା ଗର୍ଲ ଉର୍ମିଲା ମାତୋଣ୍ଡକର କଂଗ୍ରେସର ବିଚାରଧାରାରେ ପ୍ରଭାବିତ ହୋଇ ପାର୍ଟିରେ ସାମିଲ ହୋଇଛନ୍ତି ।

ଏହି ରାଜନୀତି ମାମଲାଟି ହରିୟାଣାର ପପୁଲାର ଡାନ୍ସର ସପନା ଚୌଧୁରୀଙ୍କ ପାଖରୁ ଆରମ୍ଭ ହୋଇ ଏବେ ଭୋଜପୁରୀ ଷ୍ଟାର୍ସଙ୍କ ପାଖରେ ପହଞ୍ଚିଲାଣି ।

ଭୋଜପୁରୀ ଫିଲ୍ମ ଷ୍ଟାର ଏବଂ ବିଗ-ବସ ପ୍ରତିଯୋଗୀ ରହିସାରିଥିବା ଦିନେଶ ଲାଲା ଯାଦବ ନିରହୁଆ ବିଜେପିରେ ସାମିଲ ହୋଇଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ସେ ବିଜେପି ପାର୍ଟିର ସଦସ୍ୟ ହୋଇଛନ୍ତି । ଏହି ସବୁ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଏବଂ ତାରକା ଗ୍ୟାଲେରୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜଣେ ୟୁଜର ଲେଖିଛନ୍ତି, "କଣ ବଲିଉଡରେ କୌଣସି ପ୍ରତିଯୋଗିତା ହେବାକୁ ଯାଉଛି । ଜୟା ବିଜେପିରେ ଉର୍ମିଲା କଂଗ୍ରେସରେ ଏବେ ନମ୍ବର କାହାର ।"

ଆଉ ଜଣେ ୟୁଜର ଲେଖିଛନ୍ତି, "ଗୋଟିଏ ପଟେ ନିରହୁଆ ଭାଜପାରେ ଆସିଲେ, ଦ୍ବିତୀୟ ପଟେ ଉର୍ମିଲା କଂଗ୍ରେସରେ, ବଙ୍ଗଳାରେ ଦିଦି ଅନେକ ଅଭିନେତ୍ରୀଙ୍କୁ ଟିକେଟ ଦେଇଛନ୍ତି । ସପନାଙ୍କ ମନ ମାନୁନାହିଁ କି ସେ କୁଆଡେ ଯିବେ । ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି ନା କୌଣସି ଆୱାର୍ଡ ଶୋ ?"

ସେହିପରି ଆଉ କିଛି ୟୁଜର୍ସ ଲେଖିଛନ୍ତି, "ଏ ଲୋକ କୌଣସି ମଧ୍ୟ ପାର୍ଟିରେ ନିଜ ସୁବିଧାନୁସାରେ ଆସିପାରିବେ ଆଉଯାଇପାରିବେ । କେବଳ ଫିଲ୍ମ ହିଁ ନୁହେଁ ସାୟରୀ ଜଗତରେ ମଧ୍ୟ ଅନେକ ଲୋକ ରାଜନୀତିରେ ସାମିଲ ହୋଇଛନ୍ତି । କଂଗ୍ରେସ, ଆପ ଯେଉଁଠାରେ ସ୍ଥାନ ମିଳିଯାଇଛି, ସେଠାକୁ ଚାଲିଯାଇଛନ୍ତି ।"

ସବୁଠାରୁ ମଜାଦାର ଲେଖିଛନ୍ତି ଜଣେ ୟୁଜର, "ଭାରତରେ ଅଭିନେତା ଏବଂ ଅଭିନେତ୍ରୀଙ୍କ ଭବିଷ୍ୟ ଖୁବ୍ ଭଲ । ଯୁବାବସ୍ଥାରେ ବଲିଉଡ ଫିଲ୍ମ ଜରିଆରେ ଖୁବ୍ ଟଙ୍କା ଆୟ କରୁଛନ୍ତି । ଏହାପରେ ବୃଦ୍ଧାବସ୍ଥାରେ ବିଧାୟକ ଓ ସାଂସଦ ହୋଇଯାଇଛନ୍ତି । ଏମାନଙ୍କର ଦେଶର ବିକାଶରେ କିଛି ନେଣଦେଣ ନାହିଁ । ତାଙ୍କୁ କେବଳ ନିଜର ପାଉଣା ଦରକାର ।

ABOUT THE AUTHOR

...view details