ହାଇଦ୍ରାବାଦ: ଆଜି(ଶୁକ୍ରବାର) ଭେଟେରାନ ଅଭିନେତ୍ରୀ ତଥା ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କ 73 ତମ ଜନ୍ମଦିନ । ଜନ୍ମଦିନ ଅବସରରେ ଏମିତି ଏକ କାମ କରି ଏବେ ଚର୍ଚ୍ଚାରେ ଜୟା ।
ବାସ୍ତବରେ, ପଶ୍ଚିମବଙ୍ଗ ହାୱଡାରେ ଏକ ରୋଡ ସୋ ସମୟରେ ଜୟା ଜଣଙ୍କୁ ଠେଲି ଦେଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଚାରି ଦିନିଆ ନିର୍ବାଚନ ପ୍ରଚାର ପାଇଁ ଜୟା ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିବା ପାଇଁ ରାଲି ଏବଂ ରୋଡ୍ ସୋ କରୁଛନ୍ତି ।
ଜୟାଙ୍କ ରୋଡ ସୋ’ର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଠି ସେ ଜଣଙ୍କୁ ଠେଲି ଦେଉଥିବା ନଜର ଆସିଛନ୍ତି । ଯେତେବେଳେ ବ୍ୟକ୍ତି ଜଣଙ୍କ ତାଙ୍କ ସହିତ ସେଲଫି ନେବାକୁ ଚେଷ୍ଟା କରୁଥିଲେ, ସେ ଉତକ୍ଷିପ୍ତ ହୋଇ ତାଙ୍କୁ ଠେଲି ଦେଇଥିଲେ ।