ଓଡିଶା

odisha

ETV Bharat / sitara

ଲତାଙ୍କ ପରେ ଜାଭେଦ, ଅବସର ନ ନେବାକୁ ଧୋନିଙ୍କୁ ଅପିଲ

ଧୋନିଙ୍କ ଅବସର ନେଇ ପ୍ରତିକ୍ରିୟା ରଖୁଛନ୍ତି ବି ଟାଉନ ଷ୍ଟାର । ପ୍ରଥମେ ଲତା ମଙ୍ଗେସକର ଆଉ ଏବେ ଜାଭେଦ ଅଖତର ଅବସର ନ ନେବାକୁ ପାଇଁ କରିଛନ୍ତି ଅନୁରୋଧ ।

By

Published : Jul 14, 2019, 8:26 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରେ ଗୀତିକାର ଜାଭେଦ ଅଖତର ଧୋନୀଙ୍କ ଅବସର ନେଇ ମୁହଁ ଖୋଲିଛନ୍ତି । ଭାରତୀୟ ଦଳର ପୂର୍ବ ଅଧିନାୟକ ତଥା ୱିକେଟ କିପର ମହେନ୍ଦ୍ର ସିଂହ ଧୋନୀଙ୍କ ଅବସରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ଖବର ବ୍ୟାପିବାରେ ଲାଗିଛି କି ଧୋନୀ ଖୁବ ଶୀଘ୍ର ଅବସର ନେବେ ମାତ୍ର ଏନେଇ ଧୋନୀ କୈଣସି ଘୋଷଣା କରିନାହାଁନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର/@Javedakhtarjadu

ଧୋନୀ ଅବସର ନ ନିଅନ୍ତୁ ବୋଲି ଚାହାଁନ୍ତି ଭାରତୀୟ ଫ୍ୟାନ୍ସ । ଗାୟିକା ଲତା ମଙ୍ଗେସକର୍ ଧୋନୀଙ୍କୁ ଅବସର ନନେବା ପାଇଁ ଅନୁରୋଧ କରିଥିଲେ । ଏବେ ଗୀତିକାର ଜାଭେଦ ଅଖତର ମଧ୍ୟ ଟ୍ବିଟ କରି ଦଳ ପାଇଁ ଧୋନୀଙ୍କ ଆବଶ୍ୟକତା ଅଛି ବୋଲି କହିଛନ୍ତି ଏହାସହ ତାଙ୍କ ଅବସର ନେଇ କଥା ନେହେବା ପାଇଁ ମଧ୍ୟ କହିଛନ୍ତି ।

ଜାଭେଦଙ୍କ ପୂର୍ବରୁ ଧୋନୀଙ୍କୁ ଅବସର ନନେବା ପାଇଁ କହିଥିଲେ ଲତା ଏହାସହ ଭାରତର ପରାଜୟ ପରେ ଲତା 1994ର ଗୀତ ‘ଆକାଶ କେ ଉସ ପାର୍ ଭି’ ଦଳକୁ ଡେଡିକେଟ କରିଥିଲେ ।

ABOUT THE AUTHOR

...view details