ଓଡିଶା

odisha

By

Published : Mar 8, 2020, 3:57 AM IST

ETV Bharat / sitara

ଯିଶୁଖ୍ରୀଷ୍ଟଙ୍କ ଷ୍ଟାଚ୍ୟୁ ଭଙ୍ଗାଯିବା ଘଟଣା; ଜାଭେଦଙ୍କ ଦୁଃଖ ପ୍ରକାଶ

ଟ୍ବିଟକୁ ନେଇ ଅଭିଯୋଗ ଘେରରେ ଆସିଥିବା ଜାଭେଦ ଅଖତରଙ୍କ ନୂଆ ଟ୍ବିଟ ଭାଇରାଲ । ଏଥର ସେ ଯିଶୁଖ୍ରୀଷ୍ଟଙ୍କ ଷ୍ଟାଚ୍ୟୁ ଭଙ୍ଗାଯିବା ଘଟଣା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

javed akhtar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାଭେଦ ଅଖତର

ମୁମ୍ବାଇ: ବେଙ୍ଗାଲୁରୁରେ ଥିବା ବହୁ ପୁରୁଣା ଯିଶୁଖ୍ରୀଷ୍ଟଙ୍କ ଷ୍ଟାଚ୍ୟୁ ହଟାଯାଇଛି । ଯାହାକୁ ନେଇ ଦେଶବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଉ ସବୁବେଳେ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ସଙ୍ଗୀତକାର ଜାଭେଦ ଅଖତର ମଧ୍ୟ ନିଜ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ବିଟ କରି ଲେଖିଛନ୍ତି, ‘ମୁଁ ଜଣେ ନାସ୍ତିକ। ହେଲେ ତଥାପି ବେଙ୍ଗାଲୁରୁରେ କର୍ଣ୍ଣାଟକ ସରକାରଙ୍କ ଆଦେଶରେ ପୋଲିସ ଦ୍ବାରା କ୍ରେନରେ ଯିଶୁ ଖ୍ରୀଷ୍ଟଙ୍କ ଷ୍ଟାଚ୍ୟୁ ହଟାଯାଇଥିଲା, ଆଉ ମୁଁ ଜଣେ ଭାରତୀୟ ହେବା ରୂପେ ମୋ ମୁଣ୍ଡ ଲଜ୍ୟାରେ ତଳକୁ ହୋଇଯାଇଛି। ଭାରତରେ ପ୍ରଥମ ଚର୍ଚ ଆଗ୍ରାରେ ଆକବର ଶାସନ କାଳରେ ତାଙ୍କ ଅନୁମତି ଓ ଆଶୀର୍ବାଦରେ ନିର୍ମାଣ କରାଯାଇଥିଲା।’

ଫଟୋ ସୌଜନ୍ୟ: ଟ୍ବିଟର@ଜାଭେଦ

ପ୍ରକାଶ ଥାଉକି ଏହି ଘଟଣା ପରେ ଈଶାଇ ସମୁଦାୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳୁଛି। ବେଙ୍ଗାଲୁରୁର ପ୍ରଧାନ ପାଦ୍ରୀ ଜେଏ କଣ୍ଠରାଜ କହିଛନ୍ତି ଷ୍ଟାଚ୍ୟୁ ସେହି ଜମିରେ ଥିଲା ଯାହା କର୍ଣ୍ଣାଟକ ସରକାରଙ୍କ ତରଫରୁ ଈଶାଇ ସମୁଦାୟକୁ ଅନ୍ତିମ ସଂସ୍କାର ପାଇଁ ଦେଇଥିଲେ। ପ୍ରକାଶ ଥାଉକି ନିକଟରେ ଜାଭେଦ ଦିଲ୍ଲୀ ହିଂସା ଉପରେ ଟିପ୍ପଣୀ କରି ଫସିଥିଲେ । ତାଙ୍କ ବିରୋଧରେ ବିହାର ବେଗୁସରାୟର ଏକ ଅଦାଲତରେ ଅଭିଯୋଗ ଦାଖଲ ହୋଇଥିଲା ।

ABOUT THE AUTHOR

...view details