ମୁମ୍ବାଇ: କୋରୋନା ଭାଇରସ ପାଇଁ ଏବେ ମଧ୍ୟ ଦେଶରେ ଲକଡାଉନ ବ୍ୟବସ୍ଥା । ଏଭଳି ପରିସ୍ଥିତିରେ ଦିନ ମଜୁରିଆ, ଶ୍ରମିକ ଚାଲିଚାଲି ନିଜ ଗାଁକୁ ଫେରୁଛନ୍ତି। ଯାହାର ଦୁଃଖଭରା ଅନେକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି । ଏପରି ଭିଡିଓ ଓ ଫଟୋ ଦିଲ୍ଲୀ, ମୁମ୍ବାଇ ଓ ଗୁଜରାଟରୁ ଅଧିକ ସାମ୍ନାକୁ ଆସୁଛି।
ପ୍ରବାସୀ ଶ୍ରମିକଙ୍କ ସ୍ବର ସାଜିଲେ ଜାଭେଦ - ପ୍ରବାସୀ ମଜୁରିଆଙ୍କ ସମର୍ଥନରେ ଜାଭେଦ ଅଖତର
ହଜାର ହଜାର କିଲୋମିଟର ଚାଲି ଚାଲି ନିଜ ଘରକୁ ଫେରୁଥିବା ଶ୍ରମିକ, ମଜୁରିଆଙ୍କ ଦୁଃଖ ନକହିଲେ ସରେ। ଏମିତିରେ ସେମାନଙ୍କ ସମର୍ଥନ କରି ସମସ୍ତଙ୍କୁ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି ଜାଭେଦ ଅଖତର।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାଭେଦ ଅଖତର
ଏବେ ପ୍ରବାସୀ ମଜୁରିଆଙ୍କ ଏପରି ଅବସ୍ଥା ଦେଖି ବିଶିଷ୍ଟ ଲେଖକ ତଥା ସଙ୍ଗୀତକାର ଜାଭେଦ ଅଖତର କ୍ରୋଧିତ ହୋଇ ଉଠିଛନ୍ତି। ଏହି ପ୍ରସଙ୍ଗ ଉପରେ ସେ ଟ୍ବିଟ କରି କଡା ପ୍ରଶ୍ନ ପଚାରିଛନ୍ତି।
ସେ ଟ୍ବିଟରେ ଲେଖିଛନ୍ତି, ‘ଜୁନ 30 ପର୍ଯ୍ୟନ୍ତ ଟ୍ରେନ ନଚାଲିବାର ମାନେ କଣ? ପ୍ରବାସୀ ଶ୍ରମିକ ନିଜ ଘରକୁ ଯିବାକୁ ଚାହୁଁଛନ୍ତି। ଆଉ ନିଜ ନିଜ ଘରକୁ ଫେରିବାର ଅଧିକାର ମଧ୍ୟ ତାଙ୍କର ଅଛି। ହେଲେ ସୁବିଧା ପ୍ରାପ୍ତ ବର୍ଗ ଶସ୍ତା ଲେବରଙ୍କୁ ଯିବାକୁ ଦେବାକୁ ଚାହୁଁନାହାଁନ୍ତି । ଭୁଲ ରୂପେ ସେମାନଙ୍କ ପଥ ଅବରୋଧ କରିବାକୁ ଚେଷ୍ଟା କରି ଆମେ ସେମାନଙ୍କୁ ବନ୍ଧିତ ଶ୍ରମିକରେ ପରିଣତ କରିବାକୁ ଚେଷ୍ଟା କରୁନାହୁଁ।’