ଓଡିଶା

odisha

By

Published : Feb 11, 2022, 5:20 PM IST

ETV Bharat / sitara

Hijab row: ଜାଭେଦ କହିଲେ ଏହା ପୁରୁଷତ୍ବ ଦେଖାଇବା ତରିକା ନୁହେଁ

କର୍ଣ୍ଣାଟକରେ ଆରମ୍ଭ ହୋଇଥିବା ହିଜାବ ବିବାଦ ଥମିବାର ନାଁ ନେଉନି। ହିଜାବ ବିବାଦକୁ ନେଇ ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତର ପ୍ରତିକ୍ରିୟାରେ କହିଛନ୍ତି, ସେ ବୁର୍ଖା ପକ୍ଷରେ ନାହାନ୍ତି, ଯେଉଁ ଭିଡ଼ ମହିଳାଙ୍କୁ ଡରାଉଛି ତାକୁ ସେ ଘୃଣା କରୁଛନ୍ତି । ଅଧିକ ପଢନ୍ତୁ

ମୁହଁ ଖୋଲିଲେ ଜାଭେଦ ଅଖତର କହିଲେ, କଣ ଏହା ମର୍ଦାଙ୍ଗୀ ଦେଖେଇବାର ତରିକା
ମୁହଁ ଖୋଲିଲେ ଜାଭେଦ ଅଖତର କହିଲେ, କଣ ଏହା ମର୍ଦାଙ୍ଗୀ ଦେଖେଇବାର ତରିକା

ହାଇଦ୍ରାବାଦ: କର୍ଣ୍ଣାଟକରେ ଆରମ୍ଭ ହୋଇଥିବା ହିଜାବ ବିବାଦ ଥମିବାର ନାଁ ନେଉନି। ହିଜାବ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏବେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ। ରାଜନୈତିକ ଏବଂ ସାମ୍ପ୍ରଦାୟିକ ରଙ୍ଗ ନେଇସାରିଥିବା ଏହି କର୍ଣ୍ଣାଟକ ହିଜାବ ବିବାଦ ଉପରେ ଏପର୍ଯ୍ୟନ୍ତ ଅନେକ ରାଜନେତା ଏବଂ ବଲିଉଡ ସେଲିବ୍ରିଟି ନିଜର ମତ ରଖିଛନ୍ତି। ଏଥି ସହିତ ହିଜାବ ବିବାଦକୁ ନେଇ ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜାଭେଦ ଅଖତର ସ୍ପଷ୍ଟ କରିଛନ୍ତି ଯେ, ସେ ବୁର୍ଖା ପକ୍ଷରେ ନାହାନ୍ତି, ଯେଉଁ ଭିଡ଼ ମହିଳାଙ୍କୁ ଡରାଉଛି ତାକୁ ସେ ଘୃଣା କରୁଛନ୍ତି ।

ଜାଭେଦ ଅଖତର ଟୁଇଟ କହିଛନ୍ତି, ' କେବେବି ହିଜାବ ଓ ବୁର୍ଖା ସପକ୍ଷରେ ରହିନାହିଁ । ମୁଁ ଆଜି ବି ସେହି କଥାରେ ଏକମତ। କିନ୍ତୁ ମୋ ମନରେ ଏହି ଗୁଣ୍ଡାମାନଙ୍କର ଭିଡ଼ ପାଇଁ ଘୋର ନିନ୍ଦା କରୁଛି । ଏହା ଗଭୀର ଅବମାନନା ଛଡା ଆଉ କିଛି ନୁହେଁ, ଯେଉଁମାନେ ଝିଅ ମାନଙ୍କ ଏକ ଛୋଟ ଦଳକୁ ଡରାଇବା ଧମକାଇବା ପାଇଁ ଚେଷ୍ଟା କରୁଛନ୍ତି । କଣ ତାଙ୍କ ହିସାବରେ ଏହା ହିଁ ମର୍ଦାଙ୍ଗୀ। ଏହା ଅବଶୋସର କଥା।' କେବଳ ଜାଭେଦ ଅଖତର ନୁହେଁ ତାଙ୍କ ଭଳି ଅନ୍ୟ ତାରକାମାନେ ମଧ୍ୟ ନିଜର ପ୍ରତିକ୍ରିୟା ଦେଇ ସାରିଛନ୍ତି ।

ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ସାମିଲ ହୋଇଛନ୍ତି । କଙ୍ଗନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରି ସେୟାର କରିଛନ୍ତି । ଲେଖକ ଆନନ୍ଦ ଶର୍ମାଙ୍କ ପୋଷ୍ଟର ସ୍କ୍ରିନସଟ ସହ ହିଜାବ ବିବାଦ ଉପରେ ବୟାନ ଦେଇଛନ୍ତି । ଏହି ପୋଷ୍ଟରେ ବଦଳୁଥିବା ଇରାନର ଫଟୋ ରହିଛି । ପ୍ରଥମ ଚିତ୍ରରେ ୧୯୭୩ ମସିହାରେ ଇରାନ ମହିଳାମାନେ ବିକିନି ପିନ୍ଧିଥିବାର ଦୃଶ୍ୟ ରହିଛି ଓ ଦ୍ବିତୀୟ ଚିତ୍ରରେ ବର୍ତ୍ତମାନର ମହିଳା ବୁର୍ଖା ପିନ୍ଧିଥିବାର ଫଟୋ ରହିଛି। ଏହି ଫଟୋରେ ଲେଖାଯାଇଛି ୧୯୭୩ର ଇରାନ ଓ ବର୍ତ୍ତମାନର ଇରାନ।

ଆନନ୍ଦ ରଙ୍ଗନାଥନଙ୍କ ପୋଷ୍ଟର ସ୍କ୍ରିନ ସଟ ନିଜ ଇନଷ୍ଟା ଷ୍ଟୋରି ସେୟାର କରି ସେ ନିଜର ମତ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ‘‘ଯଦି ହିମ୍ମତ ଦେଖାଇବାର ଅଛି ଆଫଗାନିସ୍ତାନରେ ବୁର୍ଖା ନପିନ୍ଧି ଦେଖାଅ, ନିଜକୁ ପିଞ୍ଜରାରୁ ମୁକ୍ତ କରିବା ଶିଖ । ଅନ୍ୟ ତାରକାଙ୍କ ମଧ୍ୟରେ ରିଚା ଚଢା, ହେମା ମାଲିନି, ସ୍ବରା ଭାସ୍କର ନିଜ ପ୍ରତିକ୍ରିୟା ରଖିଛନ୍ତି।

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକରେ ସ୍କୁଲ ଓ କଲେଜରେ ଛାତ୍ରୀମାନଙ୍କର ହିଜାବ ପିନ୍ଧିବାକୁ ନେଇ ଲାଗି ରହିଥିବା ବିବାଦରେ ଗତକାଲି ହାଇକୋର୍ଟ ମଧ୍ୟ କୌଣସି ଫୈସଲା ହୋଇପାରିନଥିଲେ । ଏହି ମାମଲାର ଶୁଣାଣି ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ହାଇକୋର୍ଟ । ଏହା ସହ କୋର୍ଟ ଟିପ୍ପଣୀ ଦେଇ କହିଛନ୍ତି, ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜରେ ଧାର୍ମିକ ପୋଷାକକୁ ନେଇ ଜିଦ କରି ପାରିବେ ନାହିଁ । ଶାନ୍ତି ଏବଂ ସ୍ଥିରତା ବଜାୟ ରହିବା ଉଚିତ୍‌।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details