ଓଡିଶା

odisha

By

Published : Jun 3, 2020, 1:00 AM IST

ETV Bharat / sitara

ବୋନି-ଶ୍ରୀଦେବୀଙ୍କ ରୋମାଣ୍ଟିକ ଫଟୋ ସେୟାର କଲେ ଜାହ୍ନବୀ

ଜାହ୍ନବୀ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ବିବାହ ବାର୍ଷିକୀର ଶୁଭେଚ୍ଛା । ଏହାସହ ଏକ ରେଡ ହାର୍ଟର ଇମୋଜୀ ଦେଇଛନ୍ତି । ଅଧିକ ପଢନ୍ତୁ...

ବୋନି-ଶ୍ରୀଦେବୀଙ୍କ ରୋମାଣ୍ଟିକ ଫଟୋ ସେୟାର କଲେ ଜାହ୍ନବୀ
ବୋନି-ଶ୍ରୀଦେବୀଙ୍କ ରୋମାଣ୍ଟିକ ଫଟୋ ସେୟାର କଲେ ଜାହ୍ନବୀ

ମୁମ୍ବାଇ: ବାପା ମାଆଙ୍କ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର । ବିବାହ ବାର୍ଷିକୀ ଅବସରରେ ଉଭୟଙ୍କ ଫଟୋ ସେୟାର କରି ସେ ପୁରୁଣା ଦିନକୁ ମନେ ପକାଇଛନ୍ତି । 1996 ଜୁନ୍ 2ରେ ବୋନି-ଶ୍ରୀଦେବୀ ବିବାହ କରିଥିଲେ ।

ଜାହ୍ନବୀ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ବିବାହ ବାର୍ଷିକୀର ଶୁଭେଚ୍ଛା । ଏହାସହ ଏକ ରେଡ ହାର୍ଟର ଇମୋଜୀ ଦେଇଛନ୍ତି । ଫଟୋରେ ଉଭୟ ବୋନି-ଶ୍ରୀଦେବୀ ଅନେକ ଖୁସି ଦେଖାଯାଉଛନ୍ତି । ଶ୍ରୀଦେବୀ ବୋନିଙ୍କୁ ଆଲିଙ୍ଗନ କରିବା ସହ ଉଭୟ ମନଖୋଲା ହସୁଥିବା ଦେଖାଯାଇଛି । ଏହି ପୋଷ୍ଟରେ 2 ଲକ୍ଷ ଲାଇକ୍ ହୋଇଥିବାବେଳେ କପୁର ଖାନଦାନର ଅନେକ ଷ୍ଟାର ଏହାକୁ ଲାଇକ୍ କରିଛନ୍ତି ।

ପ୍ରକାଶ ଥାଉ କି 1996ରେ ବିବାହ ପରେ 1997ରେ ଜାହ୍ନବୀ ଜନ୍ମ ନେଇଥିଲେ । ସେହିପରି 2000ରେ ଖୁସି କପୁର ଜନ୍ମ ନେଇଥିଲେ । ତେବେ 2018ରେ ଦୁବାଇରେ ଏକ ହୋଟେଲରେ ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା ।

For All Latest Updates

ABOUT THE AUTHOR

...view details