ଓଡିଶା

odisha

ସିକ୍ବେନ ଡିଜାଇନରେ ଜାହ୍ନବୀ, ମୌନିଙ୍କ ହଟ ଅନ୍ଦାଜ

By

Published : Sep 21, 2021, 6:20 PM IST

ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ଓ ମୌନି ରୟ ସିକ୍ବେନ ଡିଜାଇନରେ ହଟ ପିକ୍‌ ସେୟାର କରି ସୋସିଆଲ ମିଡ଼ିଆରେ ଲଗାଇଛନ୍ତି ନିଆଁ । ଅଧିକ ପଢନ୍ତୁ...

ସିକ୍ବେନ ଡିଜାଇନରେ ଜାହ୍ନବୀ, ମୌନିଙ୍କ ହଟ ଅନ୍ଦାଜ
ସିକ୍ବେନ ଡିଜାଇନରେ ଜାହ୍ନବୀ, ମୌନିଙ୍କ ହଟ ଅନ୍ଦାଜ

ମୁମ୍ବାଇ:ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ନିଆଁ ଲଗାଇଲେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଓ ମୌନି ରୟ । ମାଗାଜିନ ପାଇଁ ଏକ ଥ୍ରୋବ୍ୟାକ ଫଟୋସୁଟ ସମୟର ଏକ ଭିଡ଼ିଓ କ୍ଲିପକୁ ଜାହ୍ନବୀ ସେୟାର କରିଥିବାବେଳେ ମୌନି ସେୟାର କରିଛନ୍ତି ହଟ୍‌ ଶାଢୀ ଲୁକ୍‌ ।

ମଙ୍ଗଳବାର ଜାହ୍ନବୀ ଇନଷ୍ଟାଗ୍ରାମରେ ଏହି ଥ୍ରୋବ୍ୟାକ ଫଟୋସୁଟର ଭିଡ଼ିଓରେ ଏକ ସିକ୍ବେନ ବିକିନି ଟପ ଓ ଥାଏ-ହାଏ ସ୍ଲିଟ ସ୍କର୍ଟ ପିନ୍ଧିଛନ୍ତି । ଗତବର୍ଷ ମେ ମାସରେ ଆସୁଥିବା Travel and Leisure ମାଗାଜିନ ପାଇଁ ଏହି ଫଟୋସୁଟ କରିଥିଲେ । ଜାହ୍ନବୀ ମାଳଦ୍ବୀପରେ ଏହି ମାଗାଜିନର ସୁଟିଂ କରିଛନ୍ତି । ସେପଟେ ସିକ୍ବେନ ଶାଢୀରେ ମଧ୍ୟ ଖୁବ ସୁନ୍ଦର ଲାଗୁଥିଲେ ହଟି ମୌନି । ତେବେ ସେ Dolly Jର ଏହି ସ୍ବିକେନ ଶାଢୀ ପିନ୍ଧିଥିବା ଜଣାପଡ଼ିଛି । ଏହି ଫଟୋ ସେୟାର କରି ମୌନି କ୍ୟାପସନରେ ଲେଖିଛନ୍ତି ଯେ 'ଏ ଶାରୀ ଗର୍ଲ ଫରଏଭର' ।

ଆଗକୁ ମୌନି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବ୍ରହ୍ମାସ୍ତ୍ର ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ମୁଖ୍ୟ ଖଳନାୟିକା ଭୂମିକାରେ ଅଭିନୟ କରିଛନ୍ତି । ସେ ଗତ କିଛି ଦିନ ତଳେ ଏକ ମ୍ୟୁଜିକ ଭିଡ଼ିଓ 'ବୈଠେ ବୈଠେ' ରେ ନଜର ଆସିଥିଲେ । ଅନ୍ୟପଟେ ଅଭିନେତ୍ରୀ ଜାହ୍ନବୀ ମଧ୍ୟ 'ଦୋସ୍ତାନା-୨'ରେ ନଜର ଆସିବାକୁ ଯାଉଛନ୍ତି । ଏହାସହିତ ଜାହ୍ନବୀ ପିତା ତଥା ଫିଲ୍ମମେକର ବୋନି କପୁରଙ୍କୁ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି । ବୋନିଙ୍କ ମାଲାୟାଲାମ ଥ୍ରିଲର 'ହେଲିନ'ର ହିନ୍ଦୀ ରିମେକ ପାଇଁ ସେ ପିତାଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details