ମୁମ୍ବାଇ: 'ଧଡକ' ଅଭିନେତ୍ରୀ ଜାହ୍ନବୀ କପୁର ଗତବର୍ଷ ହିଁ ବଲିଉଡରେ ଡେବ୍ୟୁ କରିଛନ୍ତି । ପ୍ରଥମ ଫିଲ୍ମରୁ ସେ ନିଜ ଅଭିନୟର ଯାଦୁ ଦର୍ଶକଙ୍କ ଉପରେ ପକାଇବାରେ ସଫଳ ହୋଇପାରିଥିଲେ । ଏହି ଫିଲ୍ମ ପରେ ଜାହ୍ନବୀଙ୍କ ହାତରେ ଅନେକ ବଡ ଫିଲ୍ମ ଅଫର ରହିଛି । ଏହାସହ ଜାହ୍ନବୀଙ୍କ ଷ୍ଟାଇଲିଶ ଅନ୍ଦାଜ ମଧ୍ୟ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍ ଫେମସ । ଖାଲି ଜାହ୍ନବୀ ନୁହେଁ ତାଙ୍କ ସାନ ଭଉଣୀ ଖୁସି କପୁର ମଧ୍ୟ ଷ୍ଟାଇଲିଶ ଲୁକ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥାଆନ୍ତି ।
ଯେଉଁଠାରେ ପ୍ରତିଦିନ ଜାହ୍ନବୀଙ୍କ ଫଟୋ ସୋସିଆଲ ମିଡିଆରେ ଛାଇ ରହୁଛି । ଏହି ମାମଲାରେ ଖୁସି ମଧ୍ୟ ବଡ ଭଉଣୀଙ୍କୁ କଡା ଟକ୍କର ଦେଉଥିବାର ନଜର ଆସୁଛନ୍ତି । କିଛି ଦିନ ପର୍ବରୁ ଶୁଣିବାକୁ ମିଳୁଥିଲା ଯେ ଖୁସି ମଧ୍ୟ ଜାହ୍ନବୀଙ୍କ ଭଳି ବଲିଉଡରେ ପଦାର୍ପଣ କରିବେ । ଏହି ଖବର ପରେ ପ୍ରାୟତଃ ସମସ୍ତେ ଜାଣିବାକୁ ଉତ୍ସାହିତ ଅଛନ୍ତି କି ପରିଶେଷରେ ଖୁସି କେବେ ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିବେ ।