ନୂଆଦିଲ୍ଲୀ: ‘ଧଡକ’ ଫେମ ଜାହ୍ନବୀ କପୁର ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।
ନିକଟରେ, ଜାହ୍ନବୀ ନିଜ ସାଙ୍ଗମାନଙ୍କ ସହ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡିଓରେ ଜାହ୍ନବୀ ସାଙ୍ଗମାନଙ୍କ ସହିତ ପୁଲ୍ ସାଇଡ ରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।
ଭିଡିଓ ର କ୍ୟାପସନ ରେ ଜାହ୍ନବୀ ଲେଖିଛନ୍ତି, 'କାସ୍ ... ଆମେ ଆହୁରି କୁଲ୍ ଦେଖାଯାଉ , କିନ୍ତୁ...'ଏବେ ଜାହ୍ନବୀଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।
କିଛିଦିନ ପୂର୍ବରୁ ଜାହ୍ନବୀ ମାଳଦ୍ବୀପ ଏବଂ ପରେ ଉଦୟପୁର ଟ୍ରିପରୁ ଫେରିଛନ୍ତି । ଏହି ମାଳଦ୍ବୀପ ଟ୍ରିପରେ ଜାହ୍ନବୀଙ୍କ ସହିତ ଅନେକ ବନ୍ଧୁମାନେ ମଧ୍ୟ ନଜର ଆସିଥିଲେ ।
ପ୍ରକାଶ ଥାଉ କି, ନିକଟରେ ଜାହ୍ନବୀଙ୍କ ଅଭିନୀତ ହରର, କମେଡି ଫିଲ୍ମ ‘ରୁହି’ ରିଲିଜ ହୋଇଥିଲା । ଯେଉଁଥିରେ ଡାହାଣୀ ଭୂମିକାରେ ଅଭିନୟ କରିଥିଲେ ସେ । ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି ।