ଓଡିଶା

odisha

ETV Bharat / sitara

ଜାହ୍ନବୀଙ୍କ କ୍ଲାସିକାଲ ଡାନ୍ସ ଭିଡିଓ ଭାଇରାଲ, ବାଃ ବାଃ କହିଲେ ଫ୍ୟାନ୍ସ - ‘ଧଡକ’ ଫେମ ଜାହ୍ନବୀ କପୁରଙ୍କ ନୂଆ ଡାନ୍ସ ଭିଡିଓ

ସୋସିଆଲ ମିଡିଆରେ ପୁଣି ଛାଇଗଲେ ଜାହ୍ନବୀ କପୁର। କ୍ଲାସିକାଲ ଡାନ୍ସ କରି କିଣିଲେ ଫ୍ୟାନ୍ସଙ୍କ ମନ। ଖୁବଶୀଘ୍ର ଫେମସ ନିର୍ମାତା କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ତଖ୍ତ’ରେ ଆସିବେ ନଜର।

janhvi kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର

By

Published : Feb 26, 2020, 3:02 PM IST

ମୁମ୍ବାଇ: ‘ଧଡକ’ ଫେମ ଜାହ୍ନବୀ କପୁର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ନଜର ଆସନ୍ତି । ସେ ଫ୍ୟାନ୍ସଙ୍କ ପାଇଁ ପ୍ରାୟତଃ ନିଜର ଗ୍ଲାମରସ ଫଟୋ, ଭିଡିଓ ସେୟାର କରନ୍ତି । ଇତିମଧ୍ୟରେ ତାଙ୍କର ଏକ ନୂଆ ଡାନ୍ସ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଫ୍ୟାନ୍ସଙ୍କୁ ତାଙ୍କ ମା' ତଥା ଲେଡି ସୁପରଷ୍ଟାର ଶ୍ରୀଦେବୀଙ୍କ ଡାନ୍ସ ମନେ ପଡିଯାଇଛି । ଏଥର ଜାହ୍ନବୀଙ୍କ କ୍ଲାସିକାଲ ଡାନ୍ସ ଫ୍ୟାନ୍ସଙ୍କ ମନ କିଣିଛି।

ଭାଇରାଲ ହେଉଥିବା ଭିଡିଓରେ ଜାହ୍ନବୀ ବିଶିଷ୍ଟ ଅଭିନେତ୍ରୀ ୱହୀଦା ରେହମାନ ଓ ଦେବ ଆନନ୍ଦଙ୍କ ସୁପରହିଟ୍ ଫିଲ୍ମ ‘ଗାଉଡ’ର ପପୁଲାର ଗୀତ ‘ପିୟା ତୋସେ ନୈନା ଲାଗେ ରେ’ରେ ଡାନ୍ସ କରୁଥିବାର ଦେଖାଯାଉଛନ୍ତି। ଇନଷ୍ଟାଗ୍ରାମରେ ଜାହ୍ନବୀ ଭିଡିଓଟିକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଯେତେବେଳେ ଆପଣ ସନ୍ତୁଳନ ହରାଉଛନ୍ତି ତେବେ କିଛି ନାଟକୀୟ ଅନ୍ତ କରିବାକୁ ପଡିଥାଏ।’

ଭିଡିଓ ଫ୍ୟାନ୍ସଙ୍କ ଏତେ ମନ କିଣିଛି ଯେ ସେୟାର ହେବାର କିଛି ଘଣ୍ଟା ମଧ୍ୟରେ 21 ଲକ୍ଷ 36 ହଜାରରୁ ଅଧିକଥର ଦେଖାସରିଲାଣି। କେବଳ ଜାହ୍ନବୀଙ୍କ ଫ୍ୟାନ୍ସଙ୍କୁ ନୁହେଁ ବରଂ ବଲିଉଡ ସେଲିବ୍ରିଟିଙ୍କୁ ମଧ୍ୟ ତାଙ୍କ ଡାନ୍ସ ଖୁବ୍ ପସନ୍ଦ ଆସିଛି । କମେଣ୍ଟ ବକ୍ସରେ ଆପଣ ଦେଖିପାରିବେ ଯେ ଜାହ୍ନବୀଙ୍କ ତୁଳନା ଫ୍ୟାନ୍ସ ତାଙ୍କ ମା' ଶ୍ରୀଦେବୀଙ୍କ ସହ କରୁଛନ୍ତି ।

ପ୍ରକାଶ ଥାଉକି ଜାହ୍ନବୀ କପୁରଙ୍କ ପାଖରେ ଏବର୍ଷ ଅନେକ ଫିଲ୍ମ ଅଛି । ସେ ଖୁବଶୀଘ୍ର କରନ ଜୋହରଙ୍କ ମଲ୍ଟିଷ୍ଟାରର ଫିଲ୍ମ ‘ତଖ୍ତ’ରେ ନଜର ଆସିବେ । ଏହାବ୍ୟତୀତ ସେ ‘ରୁହୀ ଅଫସାନା’ ଓ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକରେ ମଧ୍ୟ ଦେଖାଯିବେ । ଖାଲି ଏତିକି ନୁହେଁ ସେ ‘ଦୋସ୍ତାନା-2’ରେ ମଧ୍ୟ ଅଭିନୟ କରିବେ ।

ABOUT THE AUTHOR

...view details