ମୁମ୍ବାଇ: ଆସନ୍ତାକାଲି(ଶୁକ୍ରବାର) ପୂଜା ପାଇବାକୁ ଯାଉଛନ୍ତି ବିଘ୍ନ ବିନାଶକ ତଥା ସଭିଁଙ୍କ ପ୍ରିୟ ପ୍ରଭୁ ଗଣପତି । ଏଥିଲାଗି ସମସ୍ତେ ଫେଷ୍ଟିଭ ମୁଡରେ ଥିବା ବେଳେ ଡ୍ୟାନ୍ସ ଦିୱାନେରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ଡ୍ୟାନ୍ସ ଦିୱାନେ ସେଟରେ ଗଣପତି ସେଲିବ୍ରେସନରେ ଚାର ଚାନ୍ଦ ଲଗାଇଛନ୍ତି ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଜ୍ୟାକଲିନ ଓ ୟାମି ।
ଡ୍ୟାନ୍ସ ଦିୱାନେ ସେଟ୍ରେ ଖୁବ ମସ୍ତି କରିଛନ୍ତି ଉଭୟ ୟାମି ଓ ଜ୍ୟାକଲିନ । ଅଭିନେତ୍ରୀ ଜ୍ୟାକଲିନଙ୍କ ସହ କଣ୍ଟେଷ୍ଟାଣ୍ଟ ପୀୟୂଷଙ୍କ ମସ୍ତି ସମସ୍ତଙ୍କୁ ଖୁବ ମନୋରଞ୍ଜନ ଯୋଗାଇବ । ଏହି ଏପିସୋଡ଼ରେ ୟାମି ଓ ଜ୍ୟାକଲିନ ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ପୀୟୁଷଙ୍କ କ୍ୟୁଟନେସ ଦେଖି ୟାମି ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଜ୍ୟାକଲିନ ଓ ତାଙ୍କ ମଧ୍ୟରେ ଅଧିକ କିଏ କ୍ୟୁଟ ? ଏହାର ଉତ୍ତରରେ ପୀୟୁଷ ୟାମିଙ୍କ ଆଖି ଓ ଜ୍ୟାକଲିନଙ୍କ ହସକୁ କ୍ୟୁଟ କହିଛନ୍ତି । ଏହାସହିତ ସେଟରେ ଉପସ୍ଥିତ ଥିବା ସମସ୍ତ ମହିଳାଙ୍କ ମଧ୍ୟରୁ ଜ୍ୟାକଲିନ ଖୁବ ସୁନ୍ଦର ଦେଖାଯାଉଛନ୍ତି ବୋଲି ସେ କହିଛନ୍ତି ।