ଓଡିଶା

odisha

ETV Bharat / sitara

ଇନଷ୍ଟାରେ ଜ୍ୟାକଲିନଙ୍କ ଇମୋଶନାଲ ପୋଷ୍ଟ - social media

ଇମୋଶନାଲ ପୋଷ୍ଟ ସେୟାର କରି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଜ୍ୟାକଲିନ । ପୋଷ୍ଟରେ ନିଜ ହୃଦୟ କଥା ଲେଖିଛନ୍ତି ଜ୍ୟାକଲିନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଜ୍ଯାକଲୀନ ଫର୍ଣ୍ଣାଡେଜ

By

Published : Jun 10, 2019, 9:36 PM IST

ମୁମ୍ବାଇ: ବଲିଉଡର ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲୀନ ଫର୍ଣ୍ଣାଡେଜ ଦୀର୍ଘ ସମୟରୁ ଫିଲ୍ମଠାରୁ ଦୂରେଇ ଅଛନ୍ତି । ସେ ଗତ ବର୍ଷ ସଲମାନ ଖାନଙ୍କ ଫ୍ଲପ ଫିଲ୍ମ 'ରେସ-3'ରେ ନଜର ଆସିଥିଲେ । ଦୁର୍ବଳ କାହାଣୀ ଏବଂ ନିର୍ଦ୍ଦେଶନା ପାଇଁ ଫିଲ୍ମଟି ବକ୍ସ ଅଫିସରେ କିଛି ଖାସ କମାଲ କରିପାରିନଥିବା ଯୋଗୁ ଫ୍ଲପ ସାବ୍ୟସ୍ତ ହୋଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଜ୍ଯାକଲୀନ ଫର୍ଣ୍ଣାଡେଜ

'ରେସ-3' ପରେ ଏଯାବତ ଜ୍ୟାକଲିନ କୌଣସି ମଧ୍ୟ ଫିଲ୍ମରେ ନଜର ଆସିନାହାଁନ୍ତି । ଇତିମଧ୍ୟରେ ସେ ସୋସିଆଲ ମିଡିଆରେ ଏକ ଇମୋଶନାଲ ପୋଷ୍ଟ ସେୟାର କରି ଚର୍ଚ୍ଚାରେ ଆସିଛନ୍ତି । ନିଜ ଭୁଲ ବିଷୟରେ ପୋଷ୍ଟରେ ଲେଖିଛନ୍ତି ଜ୍ୟାକଲିନ ।

ନିକଟରେ ଜ୍ୟାକଲିନ ନିଜ ଇନଷ୍ଟାଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ "ମୋ ପାଇଁ ସବୁଠାରୁ ବଡ ଭୁଲ ଏହା ଥିଲା ଯେ, ଲୋକେ ମୋ ବିଷୟରେ କଣ ଭାବିବେ ଏବଂ କହିବେ ? ଏହି ବାକ୍ୟ ସଫଲତାର ବହୁଦୂରକୁ ଠେଲି ଦେଇଛି । ସବୁଠାରୁ ବଡ କଥା ହେଲା ୟେ ଏହା ତୁମ ଜୀବନ । ଅନ୍ୟଙ୍କ ପାଇଁ ବଞ୍ଚିବା ଅପେକ୍ଷା, ନିଜ ପାଇଁ ବଞ୍ଚିବା ଭଲ ।"

ଏବେ ଜ୍ୟାକଲିନଙ୍କ ଏହି ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ତାଙ୍କ ଏହି ଲେଖାରେ ଫ୍ୟାନ୍ସ ନିଜ ନିଜ ପ୍ରତିକ୍ରିୟା ଦେଇଥିବାର ଦେଖାଯାଇଛନ୍ତି ।

ABOUT THE AUTHOR

...view details