ମୁମ୍ବାଇ: କୋରୋନା ଭାଇରସରୁ ବଞ୍ଚିବା ପାଇଁ ଦେଶରେ ଏବେ ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ ଚାଲିଛି । ଯାହାକୁ ଘରେ ରହି ପାଳନ କରୁଛନ୍ତି ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟି । ଘରେ ସମୟ ବିତାଉଥିବା ସେଲିବ୍ରିଟି ଘରେ ଫ୍ୟାନ୍ସଙ୍କୁ ସୁରକ୍ଷିତ ରହିବାକୁ ବାରମ୍ବାର ଅପିଲ କରୁଛନ୍ତି । କିଛି ସେଲିବ୍ରିଟି ନିଜ ୱାର୍କଆଉଟ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଫିଟ୍ ରଖିବାକୁ ଚେଷ୍ଟା ଚଳାଇଛନ୍ତି ।
ପରଟା ଖାଇବାରେ ବ୍ୟସ୍ତ ଜ୍ୟାକଲିନ, ଦେଖନ୍ତୁ ଭିଡିଓ - ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ
ପୁଣି ସୋସିଆଲ ମିଡିଆରେ ଛାଇଲେ ଜ୍ୟାକଲିନ। ଏଥର ତାଙ୍କର କୌଣସି ୱାର୍କଆଉଟ ଭିଡିଓ ନୁହେଁ ବରଂ ଖାଇବା ଭିଡିଓ ଭାଇରାଲ ହୋଇଛି।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜ୍ୟାକଲିନ ଫର୍ଣ୍ଣଡେଜ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜ୍ୟାକଲିନ ଫର୍ଣ୍ଣଡେଜ
ଏହି କ୍ରମରେ ସାମିଲ ଅଛନ୍ତି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣଡେଜ । ସୋସିଆଲ ମିଡିଆରେ ତାଙ୍କର ଅନେକ ଯୋଗ ଭିଡିଓ, ୱାର୍କଆଉଟ ଫଟୋ ଭାଇରାଲ ହୋଇସାରିଛି । ହେଲେ ଏବେ ସେ ପରଟା ଖାଇବାରେ ବ୍ୟସ୍ତ ନଜର ଆସୁଛନ୍ତି । ଯାହା ତାଙ୍କ ପୁରୁଣା ଭିଡିଓରେ ଦେଖିବାକୁ ମିଳୁଛି । ଏହି ପୁରୁଣା ଭିଡିଓଟି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ତାଙ୍କ ଫ୍ୟାନପେଜରେ ସେୟାର ହୋଇଥିବା ଏହି ଭିଡିଓରେ ପରଟା ଖାଇବା ସହ ପଞ୍ଜାବୀ ଭାଷା ମଧ୍ୟ ଶିଖୁଥିବାର ନଜର ଆସୁଛନ୍ତି ସେ । କିଛି ଶବ୍ଦ ଭୁଲ କଲା ପରେ ସେ ଭଲ ରୂପେ ଚକ ଦେ ଫଟ୍ଟେ ଏବଂ ନବ ଦେ କିଲ୍ଲୀ କହୁଥିବାର ନଜର ଆସୁଛନ୍ତି।