ଓଡିଶା

odisha

ETV Bharat / sitara

ବଲିଉଡରେ 10 ବର୍ଷ

2009ରେ ବଲିଉଡରେ ଡେବ୍ୟୁ କରିଥିବା ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲୀନ ଫର୍ଣ୍ଣାଡିଜ ସିନେମା ଜଗତରେ 10 ବର୍ଷ ପୂରଣ କରିଛନ୍ତି । ଯାହାକୁ ନେଇ ସେ ଖୁବ୍ ଖୁସି ଅଛନ୍ତି ।

By

Published : Mar 29, 2019, 7:41 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଜ୍ୟାକଲୀନ ଫର୍ଣ୍ଣଡେଜ

ମୁମ୍ବାଇ: ବଲିଉଡର ବୋଲ୍ଡ ଆଣ୍ଡ ସେକ୍ସୀ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ବର୍ତ୍ତମାନ ଟପ ଅଭିନେତ୍ରୀରେ ସାମିଲ ହୋଇଛନ୍ତି । ତାଙ୍କ ଫ୍ୟାନ୍ସ ଫଲୋଇଂ ମଧ୍ୟ ଖୁବ୍ ବେଶ । ଇତିମଧ୍ୟରେ ଜ୍ୟାକଲିନ ବଲିଉଡରେ 10 ବର୍ଷ ଯାତ୍ରା ପୂରଣ କରିଛନ୍ତି । ଏବେ ସେ ନିଜ କ୍ୟାରିୟରକୁ ନେଇ ଖୁବ୍ ଖୁସି ମଧ୍ୟ ଅଛନ୍ତି । ସେ 2009ରେ ଫିଲ୍ମ 'ଆଲାଦୀନ'ରୁ ବଲିଉଡରେ ଡେବ୍ୟୁ କରିଥିଲେ ।

ଏହାପରେ ସେ ଅନେକ ଫିଲ୍ମରେ ଅଭିନୟ କରି ସଫଳ ହୋଇଥିଲେ । ତାଙ୍କୁ ଫିଲ୍ମ 'କିକ୍', 'ହାଉସଫୁଲ' ଏବଂ 'ରେସ-3' ଭଳି ବିଗବଜେଟ ଫିଲ୍ମରେ ମଧ୍ୟ ଅଭିନୟ କରିବାର ଚାନ୍ସ ମିଳିଥିଲା । ଯାହା ତାଙ୍କୁ ବଲିଉଡରେ ଏକ ଭିନ୍ନ ପରିଚୟ ଦେଇଥିଲା । ନିଜ ଅଭିନୟ ଜଲୱାରେ ସେ ହଜାର ହଜାର ଦର୍ଶକଙ୍କ ମନ ମଧ୍ୟ କିଣିବାରେ ସଫଳ ହୋଇପାରିଛନ୍ତି ।

ବଲିଉଡରେ 10 ବର୍ଷ ପୂରଣ କରିବା ଅବସରରେ ଜ୍ୟାକଲୀନ କହିଛନ୍ତି, "ମୁଁ ନିଜ ପରିଶ୍ରମରେ ଅନେକ କିଛି ହାସଲ କରିପାରିଛି । ଯାହା ପାଇଁ ଆଜି ମୁଁ ବହୁତ ଖୁସି ଅଛି । କେବେ କେବେ ଜୀବନରେ ସବୁ ଠିକ୍ ରୂପେ ହୋଇଥିବା ବେଳେ ତ ଆଉ କେବେ କେବେ କଷ୍ଟ ମଧ୍ୟ ଦେଖିବାକୁ ପଡିଥିଲା । କିନ୍ତୁ ସବୁବେଳେ ଭଲ କରିବା ଏବଂ ଜଣେ ଅଭିନେତ୍ରୀ ରୂପେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଆଗକୁ ବଢିଚାଲିଥିଲି । ତେଣୁ ଆଜି ନିଜ ସଫଳତା ଉପରେ ମୁଁ ଖୁବ୍ ଗର୍ବିତ ।"

ପ୍ରକାଶ ଥାଉକି ଜ୍ୟାକଲୀନ ଖୁବ୍ ଶୀଘ୍ର ପପୁଲାର ଫିଲ୍ମ ନର୍ମାତା କରନ ଜୋହରଙ୍କ ଆଗାମୀ ଫିଲ୍ମ 'ଡ୍ରାଇଭ'ରେ ନଜର ଆସିବାକୁ ଯାଉଛନ୍ତି । ଏହା ବ୍ୟତୀତ ସେ ସଲମାନ ଖାନଙ୍କ ସହ 'କିକ୍-2' ଏବଂ କାର୍ତ୍ତିକ ଆର୍ୟନଙ୍କ ସହ 'କିରିକ ପାର୍ଟି'ରେ ମଧ୍ୟ ଦେଖାଯିବେ ।

ABOUT THE AUTHOR

...view details