ଓଡିଶା

odisha

ETV Bharat / sitara

ମନୋଜଙ୍କ ବଡ ପ୍ରଶଂସକ ଜ୍ୟାକଲିନ - ନେଟଫ୍ଲିକ୍ସର ଆଗାମୀ ଥ୍ରିଲର ଫିଲ୍ମ ‘ମିସେସ ସିରିୟଲ କିଲର’

ନିଜ ଫେଭରେଟ ଅଭିନେତାଙ୍କ ବିଷୟରେ ସମସ୍ତଙ୍କୁ ଜଣାଇଲେ ଜ୍ୟାକଲିନ। ଆଗାମୀ ଥ୍ରିଲର ଫିଲ୍ମ ‘ମିସେସ ସିରିୟଲ କିଲର’ରେ ମନୋଜଙ୍କ ସହ ମିଶି ହତ୍ୟା କରିବେ ସେ...

jacqueline fernande
ଡିଜାଇନ ଫଟୋ

By

Published : Apr 24, 2020, 10:24 AM IST

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡେଜ ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ଫିଲ୍ମରେ ସେ ନିଜ ଶାନଦାର ଅଭିନୟ ଜରିଆରେ ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରନ୍ତି। ଫ୍ୟାନ୍ସଙ୍କୁ ମଧ୍ୟ ତାଙ୍କ ସେକ୍ସୀ ଅନ୍ଦାଜ ବେଶ ପସନ୍ଦ। ଖୁବଶୀଘ୍ର ସେ ନେଟଫ୍ଲିକ୍ସର ଆଗାମୀ ଥ୍ରିଲର ଫିଲ୍ମ ‘ମିସେସ ସିରିୟଲ କିଲର’ରେ ଏକ ନୂଆ ଅବତାର ନେଇ ଫେରିବେ। ଏହି ଫିଲ୍ମରେ ତାଙ୍କ ଅପୋଜିଟ୍ ବିଶିଷ୍ଟ ଅଭିନେତା ମନୋଜ ବାଜପେୟୀ ମଧ୍ୟ ଦେଖାଯିବେ। ଇତିମଧ୍ୟରେ ଚର୍ଚ୍ଚା ଜୋର ଧରିଛି ଯେ ଜ୍ୟାକଲିନଙ୍କ ଫ୍ୟାନ୍ସ ଲକ୍ଷ ଲକ୍ଷ ଥିବା ବେଳେ ସେ ମଧ୍ୟ ଜଣେ ଅଭିନେତାଙ୍କ ବଡ ଫ୍ୟାନ।

ସେହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଲେ ମନୋଜ। କାରଣ ତାଙ୍କ ପ୍ରଶଂସା କରିବାରେ ଥକୁନାହାଁନ୍ତି ଜ୍ୟାକଲିନ। ତାଙ୍କ ଅଭିନୟର ସେ ଦିୱାନୀ ବୋଲି ନିକଟରେ କହିଥିଲେ । ଆଉ ‘ମିସେସ ସିରିୟଲ କିଲର’ରେ ତାଙ୍କ ସହ କାମ କରି ନିଜକୁ ଗର୍ବିତ ମନେ କରୁଛନ୍ତି।

ପ୍ରକାଶ ଥାଉକି ନିକଟରେ ମିସେସ ସିରିୟଲ କିଲରର ଲୋମହର୍ଷଣକାରୀ ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ। ସେହିପରି ମେ 1ରେ ନେଟଫ୍ଲିକ୍ସରେ ରିଲିଜ ହେବ ଏହି ଫିଲ୍ମ। ପୂର୍ବରୁ ମନୋଜଙ୍କ ୱେବ ସିରିଜ ‘ଏ ଫ୍ୟାମିଲି ମ୍ୟାନ’ ଆମାଜନ ପ୍ରାଇମ ଭିଡିଓରେ ଦେଖିବାକୁ ମିଳିଥିଲା । ଯାହାର ସିକ୍ବଲେ ଆଣିବାକୁ ଡିମାଣ୍ଡ କରୁଛନ୍ତି ଦର୍ଶକ।

ABOUT THE AUTHOR

...view details