ଓଡିଶା

odisha

ETV Bharat / sitara

କିଲର ଅନ୍ଦାଜରେ ଜ୍ୟାକଲିନ-ମନୋଜ, ଦେଖନ୍ତୁ ପୋଷ୍ଟର - ‘ମିସେସ ସିରିୟଲ କିଲର’ ଫାଷ୍ଟଲୁକ ପୋଷ୍ଟ ଜାରି

ଏଥର ନେଟଫ୍ଲିକ୍ସରେ କିଲର ସାଜିବେ ଜ୍ୟାକଲିନ। ସାମ୍ନାକୁ ଆସିଲା ‘ମିସେସ ସିରିୟଲ କିଲର’ର ଫାଷ୍ଟଲୁକ ପୋଷ୍ଟର । ମେ 1ରେ ଏହାର ପ୍ରିମିୟର।

_jacqueline fernandes
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Apr 16, 2020, 7:54 PM IST

ମୁମ୍ବାଇ: ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଡେସ ଓ ମନୋଜ ବାଜପେୟୀ ଖୁବଶୀଘ୍ର ନେଟଫ୍ଲିକ୍ସର ଆଗାମୀ ଥ୍ରିଲର ଫିଲ୍ମ ‘ମିସେସ ସିରିୟଲ କିଲର’ରେ ନଜର ଆସିବେ। ଯାହାର ଚର୍ଚ୍ଚା ଦୀର୍ଘ ସମୟରୁ ଚାଲିଛି। ଲକଡାଉନ ମଧ୍ୟରେ ଏହି ଯୋଡି ଫ୍ୟାନ୍ସଙ୍କୁ ଦେଇଛନ୍ତି ସରପ୍ରାଇଜ। ଫିଲ୍ମର ପ୍ରିମିୟର ମେ 1ରେ ନେଟଫ୍ଲକ୍ସିରେ ହେବାକୁ ଯାଉଛି । ଆଉ ଏବେ ଫିଲ୍ମର ଫାଷ୍ଟଲୁକ ପୋଷ୍ଟ ଜାରି ହୋଇଯାଇଛି। ଏହାସହ ଶୁକ୍ରବାର ଫିଲ୍ମର ଟ୍ରେଲର ରିଲିଜ ହେବାର ସୂଚନା ମଧ୍ୟ ଦିଆଯାଇଛି ।

ଜ୍ୟାକଲୀନ ଓ ମନୋଜ ଫ୍ୟାନ୍ସଙ୍କୁ ଏହାର ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି। ଜ୍ୟାକଲୀନଙ୍କ ଫାଷ୍ଟଲୁକ ପୋଷ୍ଟରେ ତାଙ୍କ ବ୍ୟାକସାଉଟ ଦେଖିବାକୁ ମିଳୁଥିବା ବେଳେ ମନୋଜ ସାଧାରଣ ବ୍ୟକ୍ତି ପରି ନଜର ଆସୁଛନ୍ତି। ଆଉ ତାଙ୍କ ପଛରେ ପୋଲିସ କର୍ମୀ ଠିଆ ହୋଇଛନ୍ତି।

ପ୍ରକାଶ ଥାଉକି ପୋଷ୍ଟର ପୂର୍ବରୁ ଜ୍ୟାକଲିନ ପ୍ରିମିୟର ସୂଚନା ଶାନଦାର ଅନ୍ଦାଜରେ ଇନଷ୍ଟାଗ୍ରାମରେ ଦେଇଥିଲେ। ସେ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଥିଲେ, ମିସେସ ସିରିୟଲ କିଲର, ନେଟଫ୍ଲିକ୍ସରେ ମେ 1ରେ ଆସିବ । ଅପେକ୍ଷା କରିହେଉନାହିଁ ଏହାକୁ ଦେଖିବା ପାଇଁ । ଟକ୍ସିଡୋ ପିନ୍ଧିବା ଭୁଲିବ ନାହିଁ ମନୋଜ ବାଜପେୟୀ।’

ଏହି ଥ୍ରିଲର ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି ଫରାହ ଖାନ। ସେହିପରି ନିର୍ଦ୍ଦେଶନା କରିଛନ୍ତି ଫରାହଙ୍କ ସ୍ବାମୀ ଶିରିଶ କୁନ୍ଦରା।

ABOUT THE AUTHOR

...view details