ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । ସେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ତାଙ୍କ ପ୍ରଶଂସକମାନଙ୍କ ମନୋରଞ୍ଜନ କରିଥାନ୍ତି ।
ଜ୍ୟାକଲିନ ସ୍ୱୀକାର କରିଛନ୍ତି ଯେ, ସେ ନିକଟରେ ଏଜାଇଟି ସହିତ ଲଢୁଥିଲେ । କିନ୍ତୁ ସେ ଏହାର କାରଣ ପ୍ରକାଶ କରିନାହାଁନ୍ତି । ଏଥିସହ ସେ ସ୍ବୀକାର କରିଛନ୍ତି ଯେ ଯୋଗ କରିବା ଦ୍ବାରା ତାଙ୍କୁ ଏହାର ମୁକାବିଲା କରିବାରେ ସାହାଯ୍ୟ କରିଥିଲା ।
ଜ୍ୟାକଲିନ୍ ବୁଧବାର ଦିନ ଇନଷ୍ଟାଗ୍ରାମରେ ତାଙ୍କର ଏକ ଯୋଗ ଭିଡିଓ ସେୟାର କରି କହିଛନ୍ତି, ମୁଁ ଗତ କିଛି ସପ୍ତାହ ଧରି ଏଜାଇଟି ସହିତ ଲଢୁଥିଲେ । କିନ୍ତୁ କ୍ରମାଗତ ଯୋଗ କରିବା ଦ୍ବାରା ମୁଁ ଏହାର ମୁକାବିଲା କରିପାରିଛି । ଯୋଗ କରିବା ଦ୍ବାରା ମୁଁ ବର୍ତ୍ତମାନର ମୁହୂର୍ତ୍ତରେ ବଞ୍ଚିବା ଏବଂ ଏହାର ମୂଲ୍ୟକୁ ବୁଝିପାରିଛି । ସମସ୍ତେ ସୁଖରେ ରୁହନ୍ତୁ ।