ମୁମ୍ବାଇ: ଭେଟେରାଇନ ଅଭିନେତା ଜ୍ୟାକି ଶ୍ରଫ ରବିବାର ତାଙ୍କ ଇନଷ୍ଟାଗ୍ରାମରେ ଏକ ମଜେଦାର କାର୍ଟୁନ ଭିଡିଓ ସେୟାର କରି ୱାର୍ଲ୍ଡ ନୋ ଟୋବାକୋ ଡେ ରେ ଧୂମ୍ରପାନ ଛାଡିବାକୁ ବାର୍ତ୍ତା ଦେଇଛନ୍ତି ।
ଜ୍ୟାକି ଶ୍ରଫଙ୍କ ଦ୍ବାରା ସେୟାର ହୋଇଥିବା ଏହି ଭିଡିଓରେ ଦୁଇଟି ଚରିତ୍ର ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ହାତରେ ବନ୍ଧୁକ ଧରିଛି ଯେତେବେଳେ ଅନ୍ୟ ବ୍ୟକ୍ତି ଜଣଙ୍କ ତାଙ୍କ ହାତରେ ସିଗାରେଟ୍ ଧରିଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ପରବର୍ତ୍ତୀ ସମୟରେ ଅନ୍ୟ ବ୍ୟକ୍ତି ଜଣଙ୍କ ଯେତେବେଳେ ସିଗାରେଟ୍ ପାଟିରେ ରଖିଛନ୍ତି, ତାପରେ ବନ୍ଧୁକଟିରୁ ପାଣି ବାହାରି ସିଗାରେଟ୍ ଲିଭିଯାଉଥିବାର ଦେଖିବାକୁ ମିଳିଛି ।
ଭିଡିଓ ସେୟାର କରି ଜ୍ୟାକି ଲୋକମାନଙ୍କୁ ସିଗାରେଟ୍ ଠାରୁ ଦୂରରେ ରହିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ଜ୍ୟାକି କହିଥିଲେ, 'ବିଡୁ ବୁଝାନା ପଡେଗା ତେରା ସିଗାରେଟ୍, ର୍ବନା ଅପନେ ସାଥ ସବକୋ ତୁ ଲେକେ ଜାୟେଗା' ।