ମୁମ୍ବାଇ: କୋରୋନା ଭାଇରାସ ଓ ଲକଡାଉନ ପରେ ସବୁକିଛି ବଦଳିଯାଇଛି। ଧିରେ ଧିରେ ଫିଲ୍ମ ଇଣ୍ଡଷ୍ଟ୍ରି ଓ ଟିଭି ଇଣ୍ଡଷ୍ଟ୍ରିର କାମ ଆରମ୍ଭ ହୋଇଯାଇଛି। ହେଲେ ସବୁ ଜିନିଷ ପୂର୍ବ ପରି ଆଉ ନାହିଁ। ମହାରାଷ୍ଟ୍ର ସରକାର ମୁମ୍ବାଇରେ ଫିଲ୍ମ ସୁଟିଂ ପାଇଁ ଅନୁମତି ଦେଇସାରିଛନ୍ତି। କିନ୍ତୁ ଅନେକ ଗାଇଡଲାଇନ୍ସ ସହ। ସବୁଠାରୁ ବଡ ନିୟମ ହେଲା ଯେ ସେଟରେ ସୁଟିଂ ପାଇଁ 65 ବର୍ଷ ବୟସରୁ ଉର୍ଦ୍ଧ୍ବ କଳାକାରଙ୍କୁ ସାମିଲ କରାଯିବ ନାହିଁ।
ଏହି ନିୟମ ପାଇଁ ଅନେକ ସିନିୟର ଅଭିନେତା-ଅଭିନେତ୍ରୀ ସୁଟିଂ କରିପାରିବେ ନାହିଁ । ଯାହା ବିରୋଧରେ ସ୍ବର ଉଠାଇବା ଆରମ୍ଭ କରିଦେଇଛନ୍ତି ଅନେକ କଳାକାର। ଏବେ ସିନିୟର ଆକ୍ଟର ଜ୍ୟାକି ଶ୍ରଫ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି।