ମୁମ୍ବାଇ: ବଲିଉଡ ଅଭିନେତା ଜ୍ୟାକି ଶ୍ରଫଙ୍କ ଅନୁଭବୀ ମେକଅପ୍ ଆର୍ଟିଷ୍ଟ ଶଶି ଦାଦାଙ୍କ ଦେହାନ୍ତ ହୋଇଛି । ଯାହାର ସୂଚନା ଅଭିନେତା ଦେଇ ଶୋକ ପ୍ରକାଶ କରିଛନ୍ତି । ଦୀର୍ଘ 37 ବର୍ଷରୁ ସେ ଜ୍ୟାକଙ୍କ ସହ କାମ କରିଆସୁଥିଲେ । କୋରୋନା କାଳରେ ତାଙ୍କୁ ହରାଇ ମର୍ମାହତ ଅଭିନେତା ।
ଜ୍ୟାକିଙ୍କ ମେକଅପ୍ ଆର୍ଟିଷ୍ଟଙ୍କ ଦେହାନ୍ତ, ଟ୍ବିଟ କରି ଦେଲେ ଶ୍ରଦ୍ଧାଞ୍ଜଳି
37 ବର୍ଷରୁ ଜ୍ୟାକଙ୍କ ମେକଅପ୍ ଆର୍ଟିଷ୍ଟ ରୂପେ କାମ କରୁଥିବା ଶଶି ଦାଦାଙ୍କ ନିଧନ । ଶୋକ ପ୍ରକାଶ କଲେ ଅଭିନେତା ।
ଫଟୋ ସୌଜନ୍ୟ: ଟ୍ବିଟର@ଜ୍ୟାକ ଶ୍ରଫ
ସେପଟେ ଶୋକ ପ୍ରକାଶ କରି ସେ ଟ୍ବିଟରରେ ତାଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି । ଆଉ ଲେଖିଛନ୍ତି, ‘ଶଶି ଦାଦା ତୁମେ ସର୍ବଦା ମୋ ହୃଦୟରେ ରହିବ । 37 ବର୍ଷରୁ ମୋ ମେକଅପ୍ ମ୍ୟାନ ରୂପେ ରହିଆସୁଥିବା ଶଶି ଦାଦାଙ୍କ ପରଲୋକ ।’
ପ୍ରକାଶ ଥାଉକି ନିକଟରେ ହେମା ମାଳିନୀଙ୍କ ସେକ୍ରେଟରୀ ସଚିବ ମେହେତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । କୋରୋନା ଆକ୍ରାନ୍ତ ହେତୁ ତାଙ୍କ ଦେହାନ୍ତ ହୋଇଥିଲା ।