ଓଡିଶା

odisha

ETV Bharat / sitara

ତାଜ୍ ହୋଟେଲର ୱେଟରରୁ ବଲିଉଡର ଜଗୁ ଦାଦା 'ଜ୍ୟାକି ଶ୍ରଫ୍' - Jackie birthday

ବଲିଉଡ ଷ୍ଟାର ଜ୍ୟାକି ଶ୍ରଫ୍ ଙ୍କ ଆଜି ଜନ୍ମଦିନ । 64 ବର୍ଷରେ କଲେ ପଦାର୍ପଣ ଏହି ରୋମାଣ୍ଟିକ ହିରୋ । ପରିନ୍ଦା, କର୍ମ ଓ ରାମ ଲକ୍ଷ୍ମଣ ଭଳି ହିଟ ପିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଅଧିକ ପଢନ୍ତୁ...

ତାଜ୍ ହୋଟେଲର ୱେଟରରୁ ବଲିଉଡର ଜଗୁ ଦାଦା 'ଜ୍ୟାକି ଶ୍ରଫ୍'
ତାଜ୍ ହୋଟେଲର ୱେଟରରୁ ବଲିଉଡର ଜଗୁ ଦାଦା 'ଜ୍ୟାକି ଶ୍ରଫ୍'

By

Published : Feb 1, 2021, 9:42 AM IST

ମୁମ୍ବାଇ: ଜଗୁ ଦାଦାରୁ ବଲିଉଡ୍ ଷ୍ଟାର ପାଲଟିଥିବା ଜ୍ୟାକି ଶ୍ରଫଙ୍କ ଆଜି ଜନ୍ମଦିନ। 1957 ମସିହା ଫେବୃୟାରୀ 1ରେ ଜନ୍ମଗ୍ରହଣ କରିଥିବା ଜ୍ୟାକି ଆଜି 64 ବର୍ଷରେ ପଦାର୍ପଣ କରିଛନ୍ତି । 80 ଦଶକର ଏହି ରେମାଣ୍ଟିକ ହିରୋ ପରିନ୍ଦା, କର୍ମ ଓ ରାମ ଲକ୍ଷ୍ମଣ ଭଳି ହିଟ୍ ପିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଆଜିର ଏହି ଶୁଭତିଥିରୁ ଜ୍ୟାକିଙ୍କୁ ଛୁଟୁଛି ଶୁଭେଚ୍ଛା ଓ ଶୁଭକାମନାର ସୁଅ।

ତେବେ ଜ୍ୟାକି ମୁମ୍ବାଇରେ ଏକ ଗରିବ ପରିବାରରେ ପିତା ଜ୍ୟୋତିର୍ବିଦ କାକୁ ଭାଇ ଶ୍ରଫ୍ ଓ ମାତା କାଜାଖରଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ। ବସ୍ତିରେ ପିଲାଦିନ କାଟିଥିବା ଜ୍ୟାକିଙ୍କ ଫିଲ୍ମ ଇଣ୍ଡଷ୍ଟ୍ରି କୌଣସି ସମ୍ପର୍କ ନଥିବା ବେଳେ ଅଭିନେତା ଦେବ ଆନନ୍ଦଙ୍କ ଚଳଚ୍ଚିତ୍ର ସ୍ବାମୀ ଦାଦାରେ ଡେବ୍ୟୁ ଆରମ୍ଭ କରିଥିଲେ।

ବଲିଉଡରେ ପ୍ରବେଶ କରିବା ପୂର୍ବରୁ ଜ୍ୟାକି ଶ୍ରଫ ମୁମ୍ବାଇର ତାଜ ହୋଟେଲର ୱେଟର, ଫ୍ଲାଇଟ୍ ଆଟେଣ୍ଡାଣ୍ଟ, ମଡେଲ, ଟ୍ରାଭେଲ ଏଜେଣ୍ଟ ଭାବେ କାର୍ଯ୍ୟ କରିଛନ୍ତି। ନିଜର କମ ଯୋଗ୍ୟତା ପାଇଁ ଜ୍ୟାକିଙ୍କୁ ବିଭିନ୍ନ ସ୍ଥାନରୁ ପ୍ରତ୍ୟାଖାନର ମିଳିଛି। ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଜ୍ୟାକି କେବଳ ଏକାଦଶ ପର୍ଯ୍ୟନ୍ତ ପାଠ ପଢିଛନ୍ତି।

ତେବେ ନିଜର 40 ବର୍ଷରୁ ଉର୍ଦ୍ଧ୍ବ ଫିଲ୍ମ କ୍ୟାରିୟରରେ ଜ୍ୟାକି 250ଟି ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି। ସୁଭାଷ ଘାଇଙ୍କ ଫିଲ୍ମ ହିରୋରୁ ବଦଳିଥିଲା ଜ୍ୟାକିଙ୍କ ଜୀବନ। ଫିଲ୍ମଟି ବ୍ଲକବଷ୍ଟର ହେବା ପରେ ତାଙ୍କ ଘରେ ଲାଗିଥିଲା ନିର୍ମାତା ଓ ନିର୍ଦ୍ଦେଶକଙ୍କ ଭିଡ। ଏପରିକି କିଛି ନିର୍ମାତା ଜ୍ୟାକିଙ୍କ ଟଏଲେଟ୍ ଆଗରେ ଛିଡା ହୋଇ ଫିଲ୍ମ ସାଇନ ପାଇଁ ଅପେକ୍ଷା କରନ୍ତି। ନିଜର ଫିଲ୍ମ କ୍ୟାରିୟରରେ ଜ୍ୟାକି 3ଟି ଫିଲ୍ମ ଫେୟାର ଆୱାର୍ଡ ସାଉଁଟିଛନ୍ତି।

ପ୍ରଥମ ଫିଲ୍ମ ହିଟ୍‌ ହେବା ପରେ ମଧ୍ୟ ଜ୍ୟାକି ବସ୍ତିରେ ରହିବା ଛାଡ଼ି ନ ଥିଲେ। ସେ ଅନେକ ଦିନ ଧରି ବସ୍ତିର ସେହି ଚାଳ ଘରେ ରହିଥିଲେ। ତାଙ୍କୁ ଫିଲ୍ମରେ ନେବା ପାଇଁ ନିର୍ମାତାମାନେ ମଧ୍ୟ ବସ୍ତିକୁ ଯାଉଥିଲେ। ସେହିପରି ଜ୍ୟାକିଙ୍କ ପୁଅ ଟାଇଗର ଶ୍ରଫ୍ ମଧ୍ୟ ଜଣେ ଜଣାଶୁଣା କଳାକାର ଭାବେ ପ୍ରତିଷ୍ଠିତ।

ABOUT THE AUTHOR

...view details