ଓଡିଶା

odisha

ETV Bharat / sitara

ଇଦରେ ଋଷିଙ୍କୁ ମିସ୍ କଲେ ଜାଭେଦ - rishi kapoor update news

ଋଷିଙ୍କ ଏକ ଫଟୋ ଉପରେ କମେଣ୍ଟ କରି ଚର୍ଚ୍ଚାରେ ଅଭିନେତା ଜାଭେଦ। ଇଦ ଅବସରରେ ତାଙ୍କୁ ଝୁରୁଥିବାର ଆସିଲେ ନଜର।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : May 25, 2020, 1:37 PM IST

ମୁମ୍ବାଇ: ଗତ 30 ତାରିକରେ ବିଶିଷ୍ଟ ଅଭିନେତା ଋଷି କପୁରଙ୍କର ଦେହାନ୍ତ ହୋଇଥିଲା | ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲା । ତାଙ୍କ ନିଧନରେ ବଲିଉଡରେ ଖେଳିଯାଇଥିଲା ଶୋକର ଛାୟା । ମୃତ୍ୟୁର ପ୍ରାୟ 1 ମାସ ପରେ ମଧ୍ୟ ଫ୍ୟାନ୍ସଙ୍କଠୁ ନେଇ ସେଲିବ୍ରିଟି ତାଙ୍କୁ ଖୁବ୍ ମିସ କରୁଛନ୍ତି। ଇଦ ଅବସରରେ ଅଭିନେତା ଜାଭେଦ ଜାଫରୀ ଋଷିଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ଖାସ୍ କଥା।

ଋଷିଙ୍କୁ ମନେ ପକାଇ ତାଙ୍କର ଏକ ଫ୍ୟାନକ୍ଲବ ପେଜରେ ଫଟୋ ସେୟାର କରାଯାଇଥିଲା । ଯେଉଁଥିରେ ଲେଖାଯାଇଥିଲା, ‘ଯଦି ଆଜି ବସ ବଞ୍ଚିଥାନ୍ତେ ତେବେ ସମସ୍ତଙ୍କୁ ଇଦ ଅଭିନନ୍ଦନ ଜଣାଇଥାନ୍ତେ। ଇଦ ଅବସରରେ ଆମେ ଆପଣଙ୍କୁ ମନେ ପକାଉଛୁ।’

ଜାଭେଦ ଏହି ପୋଷ୍ଟରେ କମେଣ୍ଟ କରି ଲେଖିଥିଲେ, ‘ଋଷି ମୋ ଇଦ ପାର୍ଟିକୁ ସବୁବେଳେ ଅପେକ୍ଷା କରିଥାଆନ୍ତି। ପାର୍ଟିରେ ସାମିଲ ହୋଇ ଖୁବ୍ ମସ୍ତି କରିଥାଆନ୍ତି। ସେ ଜଣେ ବିଶିଷ୍ଟ ଅଭିନେତା ଥିଲେ, ଆମେ ତାଙ୍କୁ ସବୁବେଳେ ମନେ ପକାଇବୁ। ’

ABOUT THE AUTHOR

...view details