ମୁମ୍ବାଇ: ଯୋଗ ଗୁରୁ ବାବା ରାମଦେବ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ଉପରେ ଏକ ମଜାଦାର ଟ୍ବିଟ କରି ସୋସିଆଲ ମିଡିଆରେ ଟ୍ରୋଲର୍ସଙ୍କ ଟାର୍ଗେଟରେ ଅଭିନେତା ଜାଭେଦ ଜାଫରୀ । ସେ ଶନିବାର ତାଙ୍କ ବନ୍ଧୁଙ୍କ ଦ୍ବାରା ପଠାଯାଇଥିବା ଏକ ମଜାଦାର ଟ୍ବିଟକୁ ରିଟ୍ବିଟ କରିଥିଲେ । ଯେଉଁଥିରେ ରାମଦେବଙ୍କ କମ୍ପାନୀ ଦ୍ବାରା ତିଆରି କରାଯାଉଥିବା ଲୁଣ ଉପରେ କଟାକ୍ଷ କରାଯାଇଛି ।
ଏହି ପୋଷ୍ଟରେ କୁହାଯାଇଛି ଯେ ପତଞ୍ଜଳି ଲୁଣର ପ୍ୟାକେଟ କହୁଛି ଯେ ଏହା ତିଆରି ହୋଇଛି 2500 ବର୍ଷ ପୁରୁଣା ହିମାଳୟର ଚଟାଣରୁ । ଆଉ ଏକ୍ସପାୟରି 2019 ଲେଖାଯାଇଛି । ହେ ଭଗବାନ, ବାବା ଠିକ ସମୟରେ ଏହାକୁ ଖୋଳି ଆଣିଛନ୍ତି । ନହେଲେ ହିମାଳୟରେ ହିଁ ଏକ୍ସପାୟର ହୋଇଯାଇଥାଆନ୍ତା ।
ଫଟୋ ସୌଜନ୍ୟ: ଟ୍ବିଟର@ଜାଭେଦ ଜାଫରୀ ଯେଉଁଠାରେ ଜାଭେଦଙ୍କ ଏହି ମଜାଦାର ଟ୍ବିଟ ଅନେକ ୟୁଜର୍ସଙ୍କୁ ପସନ୍ଦ ଆସିଛି ସେହିଠାରେ କିଛି ୟୁଜର୍ସଙ୍କୁ ଏହା ଆଦୌ ପସନ୍ଦ ଆସିନାହିଁ । ଏହାପରେ ଆଉ କଣ ଥିଲା ସୋସିଆଲ ମିଡିଆରେ ଜାଭେଦଙ୍କ ମଜାକ ଉଡାଇଥିଲେ ୟୁଜର୍ସ ।
ଜଣେ ୟୁଜର ଟ୍ବିଟ କରି ଲେଖିଛନ୍ତି, "ଆପଣ କଣ କେବେ ବିଜ୍ଞାନ ପଢିଛନ୍ତି?" ସେହିପରି ଆଉ ଜଣେ ଲେଖିଛନ୍ତି, "ଧମାଲ ଅଭିନେତାଙ୍କୁ ଖାଦ୍ୟ ପ୍ୟାକିଜିଂ ବିଷୟରେ ଉଚିତ ସୂଚନା ନେବା କଥା ।"
ଜାଭେଦ ମଧ୍ୟ କଡା ଜବାବ ଦେଇ ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ସେ ଅନ୍ୟ ଏକ ଟ୍ବିଟରେ ଲେଖିଛନ୍ତି, "କମେଡି ଏବଂ ବ୍ୟଙ୍ଗ ଜ୍ଞାନ ବିନା ଆପଣ ଟ୍ବିଟ କରିବାରେ ଲାଗିଛନ୍ତି । ଯଦି ଆପଣଙ୍କ ପାଖରେ ସମୟ ଅଛି, ତେବେ ଦୟା କରି କମେଡି ୱେବସାଇଟକୁ ପଢନ୍ତୁ । ତେବେ ଆପଣ ବୁଝିପାରିବେ କି ମଜାକ କଣ ବୋଲି ।"