ଓଡିଶା

odisha

ସୁଶାନ୍ତଙ୍କୁ ଇସ୍ରାଏଲର ଶ୍ରଦ୍ଧାଞ୍ଜଳି, କହିଲେ 'ପ୍ରକୃତ ବନ୍ଧୁ'

By

Published : Jun 18, 2020, 4:42 PM IST

ସୁଶାନ୍ତଙ୍କ ଆତ୍ମହତ୍ୟାରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି । ଇସ୍ରାଏଲ୍ ବିଦେଶ ମନ୍ତ୍ରଣାଳୟର ଜେନେରାଲ୍ ତଥା ଡେପୁଟି ଡାଇରେକ୍ଟର ଗିଲ୍ଡ୍ କୋହେନ୍ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କୁ 'ପ୍ରକୃତ ବନ୍ଧୁ' ବୋଲି କହିଛନ୍ତି । ଅଧିକ ପଢନ୍ତୁ...

israel pays tribute to sushant singh rajput
ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଇସ୍ରାଏଲ, କହିଲେ 'ପ୍ରକୃତ ବନ୍ଧୁ'

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି । ଯାହାକୁ ନେଇ ଇସ୍ରାଏଲ୍ ବିଦେଶ ମନ୍ତ୍ରଣାଳୟର ଜେନେରାଲ୍ ତଥା ଡେପୁଟି ଡାଇରେକ୍ଟର ଗିଲ୍ଡ୍ କୋହେନ୍ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଯାଇ ଏକ ସ୍ୱତନ୍ତ୍ର ଟୁଇଟ୍ ଲେଖିଛନ୍ତି ।

କୋହେନ ଟୁଇଟରେ ଲେଖିଛନ୍ତି, @its_sushant_fc । ଇସ୍ରାଏଲର ପ୍ରକୃତ ବନ୍ଧୁ । ତୁମ ପରିବାରକୁ ହୃଦୟରୁ ସମବେଦନା ଜଣାଉଛି । ତୁମେ ସବୁବେଳେ ମନେ ପଡିବ ।

ଏହା ସହିତ ଟ୍ୱିଟରେ ଏକ ଲିଙ୍କ୍ ସେୟାର କରାଯାଇଥିଲା ଯାହା ସୁଶାନ୍ତଙ୍କ ଗୀତ 'ମଖନା'ର ଅଟେ, ଯାହା ଇସ୍ରାଏଲର ଏକ ଆକର୍ଷଣୀୟ ସ୍ଥାନରେ ସୁଟିଂ କରାଯାଇଥିଲା ।

ପ୍ରକାଶ ଥାଉ କି, ସୁଶାନ୍ତ ତାଙ୍କର ଏକ ଚଳଚ୍ଚିତ୍ର 'ଡ୍ରାଇଭ୍' ଇସ୍ରାଏଲରେ ଶୁଟ୍ କରିଥିଲେ, ଯେଉଁଥିରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ବମନ୍ ଇରାନୀ ମଧ୍ୟ ଥିଲେ ।

କେବଳ ଇସ୍ରାଏଲ୍ ନୁହେଁ, ଫ୍ରାନ୍ସର ଏକ ବିଶ୍ୱବିଦ୍ୟାଳୟ ମଧ୍ୟ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବିଶ୍ୱବିଦ୍ୟାଳୟ ତାଙ୍କ ୱେବସାଇଟରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଥିଲେ, ଆମର ପ୍ରାର୍ଥନା ସୁଶାନ୍ତଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଅଛି । ତୁମେ ସର୍ବଦା ଲୋକମାନଙ୍କ ସ୍ମୃତିରେ ସତେଜ ରହିବ ।

ପ୍ରକାଶ ଥାଉ କି, ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ବହୁ ବଲିଉଡ ସେଲିବ୍ରିଟିମାନେ ଏବଂ ତାଙ୍କର ଘନିଷ୍ଠ ବନ୍ଧୁ, ସହକର୍ମୀମାନେ ମଧ୍ୟ ଯୋଗ ଦେଇଥିଲେ । ଅନେକ ସେଲିବ୍ରିଟିମାନେ ତାଙ୍କୁ ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details