ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆର ଲୋକପ୍ରିୟ ବୋହୂ ହିନା ଖାନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆଉ ସେଥିପାଇଁ ହିନା ଏକତା କପୁରଙ୍କ ପପୁଲାର ସିରିୟଲ 'କସୌଟି ଜୀନ୍ଦେଗୀ କି'ର କୋମଲିକାରୁ ହେଉଛନ୍ତି ଆଉଟ୍...
ହିନା ଆଉଟ, ଅଲିଶା ଇନ୍ - hina khan
ପରିବର୍ତ୍ତନ ହେଲା 'କସୌଟି ଜୀନ୍ଦେଗୀ କି'ର କୋମଲିକାଙ୍କ ଭୂମିକା। ହିନା ଖାନଙ୍କ ସ୍ଥାନରେ ନଜର ଆସିବେ ଟିଭି ଅଭିନେତ୍ରୀ ଅଲୀଶା ପନୱାର ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
ତେବେ କୋମୋଲିକା ଭୂମିକାରୁ ହିନା ବାହାରିବା ପରେ ଏଥିପାଇଁ ଏକତା ବାଛିଛନ୍ତି ନୂଆ ଅଭିନେତ୍ରୀ ଅଲୀଶା ପନୱାରଙ୍କୁ । ଏହି ଭୂମିକା ପାଇଁ ଏକତା ନିଜର ଅନେକ ପସନ୍ଦିନ୍ଦା ଟିଭି ଅଭିନେତ୍ରୀଙ୍କ ବିଷୟରେ ଭାବିବା ପରେ ଶେଷରେ ଅଲୀଶାଙ୍କୁ ଚୟନ କରିଛନ୍ତି । ପ୍ରକାଶ ଥାଉକି, ହିନାଙ୍କ ଭଳି ଅଲିଶା ମଧ୍ୟ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଥାଆନ୍ତି।
ତେବେ ଅଲିଶା ପୂର୍ବରୁ ଥ୍ରିଲର ଶୋରେ ନଜର ଆସିସାରିଛନ୍ତି । ହେଲେ କିଛି ଦିନ ପୂର୍ବରୁ ସେ ଏହି ଶୋକୁ ଅଲବିଦା କହିଥିଲେ ।