ମୁମ୍ବାଇ: ବଲିଉଡର ଯୁବ ତାରକା ଇଶାନ ଖଟ୍ଟର ତାଙ୍କର ଆଗାମୀ ଫିଲ୍ମ 'ଖାଲି ପିଲି' ରୁ ଫାଷ୍ଟ ଲୁକ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଇଶାନ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଟ୍ୟାକ୍ସି ଡ୍ରାଇଭରଙ୍କ ପୋଷାକରେ ନଜର ଆସିଛନ୍ତି।
ଏହି ପୋଷ୍ଟ ସହିତ କ୍ୟାପସନରେ ଇଶାନ ଲେଖିଛନ୍ତି, "ଫାଷ୍ଟ ଲୁକ୍ ଟେଷ୍ଟ୍ । ବ୍ଲାକି ମ୍ୟାନ, ମାକବୁଲ୍ ଖାନ୍ ମୋତେ ମୋର ପ୍ରିୟ ଚରିତ୍ରମାନଙ୍କ ମଧ୍ୟରୁ ଏହି ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ। "କମର କସ ଲୋ, ବ୍ଲାଷ୍ଟ କା ସମୟ ଆଗୟା ହେଁ। "