ଓଡିଶା

odisha

ETV Bharat / sitara

ବୁଢା ହେବାକୁ ଡରୁଛନ୍ତି ଛୋଟେ ନୱାବ

ଜୀବନ ବଞ୍ଚିବାର ପରିଭାଷା ଶିଖାଇଲେ ସୈଫ ଅଲ୍ଲୀ ଖାନ । ନିଜ ଆଗାମୀ ଫିଲ୍ମ ‘ଜୱାନୀ ଜାନେମନ’ର ସଙ୍ଗ ଲଞ୍ଚିଂ ଇଭେଣ୍ଟରେ ଯୋଗ ଦେଇ କିପରି ସେ ବଞ୍ଚିବାକୁ ଚାହୁଁଛନ୍ତି ସମସ୍ତଙ୍କୁ ଜଣାଇଲେ ।

By

Published : Jan 16, 2020, 1:03 PM IST

saif ali khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୈଫ ଅଲ୍ଲୀ ଖାନ ଫ୍ୟାନକ୍ଲବ

ମୁମ୍ବାଇ: ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ଗତ ଶୁକ୍ରବାର ରିଲିଜ ହୋଇଥିଲା । ଆଉ ଏବେ 100 କୋଟି କ୍ଲବ ମୁହାଁ ଫିଲ୍ମ । ଏହାବ୍ୟତୀତ ସୈଫ ନିଜ ଆଗାମୀ ଫିଲ୍ମ ‘ଜୱାନୀ ଜାନେମନ’ ଫିଲ୍ମର ପ୍ରମୋଶନରେ ଖୁବ୍ ବ୍ୟସ୍ତ ଅଛନ୍ତି । ଫିଲ୍ମ ‘ଜୱାନୀ ଜାନେମନ’ ସଙ୍ଗ ଲଞ୍ଚିଂ ସମୟରେ ସୈଫ ଅନେକ ବିଷୟରେ ଆଲୋଚନା କରିଥିଲେ । ବୁଢା ହେବାକୁ ଡରୁଛନ୍ତି ବୋଲି ଖୁଲାସା କରିଛନ୍ତି ସେ ।

ଏହି ଇଭେଣ୍ଟରେ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଯେ କଣ ସେ ବୁଢା ହେବାକୁ ଡରୁଛନ୍ତି । ଏହାର ଜବାବରେ ସେ ସଙ୍ଗେ ସଙ୍ଗେ କହିଥିଲେ ଯେ ସବୁବେଳେ ହୃଦୟ ୟଙ୍ଗ ରହିବା କଥା । ଆପଣଙ୍କୁ ଭଲ ମଣିଷ ହେବାକୁ ପଡିବ । ତାଙ୍କୁ ଅଧିକ ୟଙ୍ଗ ହେବାର ନାହିଁ କି ଅଧିକ ବୁଢା ବି ହେବାକୁ ଚାହୁଁନାହାଁନ୍ତି । ହେଲେ ସେ ସବୁଥରେ ଖୁସି। ଯେପର୍ଯ୍ୟନ୍ତ ତାଙ୍କୁ କାମ ମିଳୁଛି ସେ ପରିଶ୍ରମ ସହ କରିବେ। ଆଉ ଯେତେବେଳେ ରିଟାୟର ହୋଇଯିବି, ଲାଇଫକୁ ଚିଲ କରିବି । ଏହି ଆଇଡିଆ ସବୁବେଳେ ତାଙ୍କୁ ଭଲ ଲାଗେ ଯେ ଜୀବନର କିଛି ସମୟ ଟଙ୍କା ଆୟ କରିବ ଆଉ ବାକି ଜୀବନ ରିଲାକ୍ସ କରିବ । ଜୀବନରେ ସବୁ କିଛି କରିବାର ସମୟ ଅଛି । ବାସ୍ କରିବା ପାଇଁ ଧୈର୍ଯ୍ୟ ଦରକାର ।

ପ୍ରକାଶ ଥାଉକି ‘ଜୱାନୀ ଜାନେମନ’ ଜାନୁଆରୀ 31ରେ ରିଲିଜ ହେବାକୁ ଯାଉଛି । ସୈଫଙ୍କ ସହ ଫିଲ୍ମରେ ତବ୍ବୁ ଓ ପୂଜା ବେଦୀଙ୍କ ଝିଅ ଆଲିୟା ଫର୍ଣ୍ଣିଚରୱାଲା ନଜର ଆସିବେ । ଏହି ଫିଲ୍ମ ଜରିଆରେ ଆଲିୟା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମରେ ସେ ସୈଫଙ୍କ ଝିଅ ଭୂମିକାରେ ଦେଖାଯିବେ ।

ABOUT THE AUTHOR

...view details