ଓଡିଶା

odisha

ETV Bharat / sitara

ମା’ ହେବେ ସଗୁନ ଆକ୍କା !

ଖୁବ୍ ଶୀଘ୍ର ଲୋକପ୍ରିୟ ଅଭିନେତ୍ରୀ ଅନିତା ହସନନ୍ଦାନୀଙ୍କ ଘରେ ଦୁଇ କୁନି କୁନି ଶିଶୁ ଆସିବାକୁ ଯାଉଛନ୍ତି । ଆଜ୍ଞା ହଁ ଏକ ପୋଷ୍ଟ ଜରିଆରେ ସେ ଫ୍ୟାନ୍ସଙ୍କୁ ଏହାର ହିଣ୍ଟସ ଦେଇଛନ୍ତି ।

By

Published : Mar 25, 2019, 8:00 PM IST

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅନିତା ହସନନ୍ଦାନୀ

ମୁମ୍ବାଇ: ଟିଭିର ଲୋକପ୍ରିୟ ଅଭିନେତ୍ରୀ ଅନୀତା ହସନନ୍ଦାନୀଙ୍କ ଗର୍ଭବତୀ ଖବର ଅନେକ ଦିନରୁ ଚର୍ଚ୍ଚାରେ ଅଛି । ସେ ଗର୍ଭବତୀ ଖବରକୁ ନେଇ ତାଙ୍କ ଫ୍ୟାନ୍ସ ଖୁବ୍ ଉତ୍ସାହିତ ଅଛନ୍ତି । ଜଣାଇ ଦେଉଛୁ ଯେ ଅନୀତା କିଛି ଦିନ ପୂର୍ବରୁ ସ୍ବାମୀ ରୋହିତ ରେଡ୍ଡୀଙ୍କ ବର୍ଥଡେରେ ଏକ ଭିଡିଓ ସେୟାର କରିଥିଲେ । ଏହାସହ ସେ ଯେଉଁ କ୍ୟପାସନ ଲେଖିଥିଲେ ତାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ତାଙ୍କ ଗର୍ଭବତୀ ଖବର ବ୍ୟାପି ଯାଇଥିଲା।

ସେ କ୍ୟାପସନରେ ଲେଖିଥିଲେ "ମୋ ଜୀବନର ପ୍ରେମ, ଯାହା ଦିନକୁ ଦିନ ଆହୁରି ହ୍ୟାଣ୍ଡସମ ହୋଇଚାଲିଛି । ତୁମ ପାଇଁ ଖୁସି ଜୀବନର ପ୍ରାର୍ଥନା କରୁଛି, ଏହାସହ 6 ପ୍ୟାକ ଆବ୍ସ ଏବଂ ଖୁବ୍ ଶୀଘ୍ର 2 କ୍ୟୁଟ-କ୍ୟୁଟ ଛୁଆ, ଲଭ ୟୁ ।"

ଏହାପୂର୍ବରୁ ଏହି କପଲ ସେରୋଗେସୀ ଜରିଆରେ ପିତା-ମାତା ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଅନୀତା କହିଥିଲେ କି ଆମେ ବେବି ପ୍ଲାନ କରିବୁ, କିନ୍ତୁ ନ୍ୟାଚୁରାଲ ଏବଂ ନର୍ମାଲ ଉପାୟାରେ । ଯଦି ସବୁ କିଛି ଠିକ୍ ରହିଲା ତେବେ ଆସନ୍ତା ବର୍ଷ ଆମେ ବେବି ପ୍ଲାନ କରିବୁ ।

ଏବେ ଦେଖିବାକୁ ବାକି ରହିଲା କି ଅନୀତାଙ୍କ ଘରକୁ ସତରେ ଦୁଇ କୁନି କୁନି ଛୁଆ କେବେ ଆସୁଛନ୍ତି ।

For All Latest Updates

ABOUT THE AUTHOR

...view details