ନୂଆଦିଲ୍ଲୀ: ଦମଦାର ଅଭିନୟ ଏବଂ ଜବରଦସ୍ତ ଭଏସ ଜରିଆରେ କମ ସମୟରେ ବଲିଉଡରେ ନିଜର ଯାଦୁ ବିଛାଇଥିବା ଅଭିନେତା ଇରଫାନ ଖାନ ଏହି ସମୟରେ ନିଜ ଚିକିତ୍ସା ପାଇଁ ଅଧିକାଂଶ ସମୟ ଦେଶରୁ ବାହାରେ ରହୁଛନ୍ତି । ଇରଫାନଙ୍କ ଫ୍ୟାନ୍ସ ତାଙ୍କ ଗୋଟିଏ ଝଲକ ଏବଂ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଜାଣିବାକୁ ସବୁବେଳେ ଚିନ୍ତିତ ରହିଥାଆନ୍ତି । ଇତିମଧ୍ୟରେ ଇରଫାନଙ୍କ ଫ୍ୟାନ୍ସଙ୍କ ପାଇଁ ଶନିବାର ଲକି ଦିନ ସାବ୍ୟସ୍ତ ହୋଇଛି ।
ଦୀର୍ଘ ସମୟ ପରେ ମୁମ୍ବାଇ ଏୟାରପୋର୍ଟରେ ଇରଫାନ - mumbai
ଦୀର୍ଘ ସମୟ ପରେ ଭାରତ ଫେରିଛନ୍ତି ଅଭିନେତା ଇରଫାନ ଖାନ । ଅନେକ ଦିନରୁ ଲଣ୍ଡନରେ ତାଙ୍କ କ୍ୟାନ୍ସର ଚିକିତ୍ସା ଚାଲିଥିଲା । ବର୍ତ୍ତମାନ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଏହା ଦେଖି ଖୁବ୍ ଖୁସି ଅଛନ୍ତି ତାଙ୍କ ଫ୍ୟାନ୍ସ ।
କାରଣ ଦୀର୍ଘ ସମୟରୁ ଲାଇମଲାଇଟରୁ ଦୂରେଇ ରହିଥିବା ଇରଫାନ ଶନିବାର ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି । ସେ କ୍ୟାମେରା ଏବଂ ଲୋକଙ୍କ ଠାରୁ ବଞ୍ଚିବା ପାଇଁ ନିଜ ମୁହଁରେ କପଡା ବାନ୍ଧିଥିବାର ଦେଖାଯାଇଥିଲେ । କିନ୍ତୁ ତାଙ୍କୁ ଦେଖି ଏପରି ଲାଗୁଥିଲା କି ସେ ପୂର୍ବ ଅପେକ୍ଷା ସୁସ୍ଥ ଅଛନ୍ତି ।
ପ୍ରକାଶଥାଉକି କି କିଛି ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ଇରଫାନ ସୁସ୍ଥ ହେବା ସହ ଭାରତ ଫେରିଆସିଛନ୍ତି । ଅନ୍ୟପଟେ ଏବେ ମଧ୍ୟ ତାଙ୍କୁ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ ପଡୁଛି । ତାଙ୍କର ନୂଆ ଫଟୋ ଦେଖି ଅନ୍ଦାଜା ଲଗାଯାଇପାରିବ ଯେ ଇରଫାନ ଶୀଘ୍ର ରିକଭରୀ କରୁଛନ୍ତି । ଆଶା କରାଯାଇଛି ଯେ ଇରଫାନ ଖୁବ୍ ଶୀଘ୍ର ଅଧିକାରିକ ରୂପେ ନିଜ ସୁସ୍ଥ ହେବା ଖବର ଫ୍ୟାନ୍ସଙ୍କୁ ଜଣାଇବେ ।