ଓଡିଶା

odisha

By

Published : May 18, 2020, 11:16 PM IST

ETV Bharat / sitara

ଆମୀରଙ୍କ ଆସିଷ୍ଟାଣ୍ଟଙ୍କୁ ଝିଅ ଇରାଙ୍କ ଇମୋସନାଲ ଟ୍ରିବ୍ୟୁଟ୍

ଆମୀରଙ୍କ ସହ ଆମୋସଙ୍କ ସମ୍ପର୍କ ଏପରି ଥିଲା ଯେ ତାଙ୍କୁ ଆମୀରଙ୍କ ଛାୟା ବୋଲି ସମସ୍ତେ କହୁଥିଲେ । କ୍ୟାରିୟର ସହ ଆମୀରଙ୍କ ପରିବାର କଥା ମଧ୍ୟ ବୁଝୁଥିଲେ ଆମୋସ । ଅଧିକ ପଢନ୍ତୁ...

ଆମୀରଙ୍କ ଆସିଷ୍ଟାଣ୍ଟଙ୍କୁ ଝିଅ ଇରାଙ୍କ ଇମୋସନାଲ ଟ୍ରିବ୍ୟୁଟ୍
ଆମୀରଙ୍କ ଆସିଷ୍ଟାଣ୍ଟଙ୍କୁ ଝିଅ ଇରାଙ୍କ ଇମୋସନାଲ ଟ୍ରିବ୍ୟୁଟ୍

ମୁମ୍ବାଇ: ଗତ ମଙ୍ଗଳବାର ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ଆସିଷ୍ଟାଣ୍ଟ ଅମୋସ ପଲଙ୍କ ଦେହାନ୍ତ ହୋଇଛି । ଆମୀରଙ୍କ ସହ ସେ ପ୍ରାୟ 25ରୁ ଅଧିକ ବର୍ଷ କାମ କରିଛନ୍ତି । ତାଙ୍କ ମୃତ୍ୟୁରେ ଆମୀର ଦୁଃଖ ପ୍ରକାଶ କରିବା ସହ ଶେଷକୃତ୍ୟରେ ପତ୍ନୀ କିରଣଙ୍କ ସହ ଯୋଗ ଦେଇଥିଲେ ।

ଆମୀରଙ୍କ ସହ ଆମୋସଙ୍କ ସମ୍ପର୍କ ଏପରି ଥିଲା ଯେ ତାଙ୍କୁ ଆମୀରଙ୍କ ଛାୟା ବୋଲି ସମସ୍ତେ କହୁଥିଲେ । କ୍ୟାରିୟର ସହ ଆମୀରଙ୍କ ପରିବାର କଥା ମଧ୍ୟ ବୁଝୁଥିଲେ ଆମୋସ । ତାଙ୍କ ଉଦ୍ଦେଶ୍ୟରେ ଆମୀର ଓ କିରଣ ପୂର୍ବରୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଲେଖା ଲେଖିଥିବାବେଳେ ନିକଟରେ ଝିଅ ଇରା ଖାନ ମଧ୍ୟ ଇନଷ୍ଟାଗ୍ରାମରେ ଇମୋସନାଲ ନୋଟ ସେୟାର କରିଛନ୍ତି ।

ଆମୋସଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେ ଲେଖିଛନ୍ତି ଯେ ରିପ୍(RIP) ଆମୋସ । ମୋତେ ଘରୋଇ ଖାନା ସହ କଫି ତିଆରି ଶିଖାଇଥିବାରୁ ଅନେକ ଧନ୍ୟବାଦ । ସବୁବେଳେ ଆମ ସହ ଥିବାରୁ ଧନ୍ୟବାଦ । ଭ୍ରମଣ ପୂର୍ବରୁ ଏକ ଉପଯୁକ୍ତ ଓ ବୁଦ୍ଧିମାନ ପ୍ୟାକିଂ କାହାକୁ କହନ୍ତି ସେକଥା ଶିଖାଇଥିବାରୁ ଧନ୍ୟବାଦ । ଆଗକୁ ଆମ ଚାରିପାଖେ ତମେ ନଥିବା ଏକଥା ଭାବିବାବେଳକୁ ବିଶ୍ବାସ ହେଉନାହିଁ ବୋଲି ଇରା ଲେଖିଛନ୍ତି । ଏହାସହ ସେ ଏକ ଲିଜେଣ୍ଡସ କେବେ ମରନ୍ତି ନାହିଁ ଷ୍ଟିକର ମଧ୍ୟ ସେୟାର କରିଛନ୍ତି ।

ପ୍ରକାଶ ଥାଉ କି ହାର୍ଟ ଆଟାକ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ସେ ଗତ 2 ଦଶନ୍ଧି ଧରି ଆମୀରଙ୍କ ଆସିଷ୍ଟାଣ୍ଟ ଥିଲେ । ସେହିପରି ବଲିଉଡ ଆକ୍ଟ୍ରେସ ରାଣୀ ମୁଖାର୍ଜୀଙ୍କ ପାଇଁ ମଧ୍ୟ ଅତୀତରେ ସେ କାମ କରିଛନ୍ତି ।

ABOUT THE AUTHOR

...view details