ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ଇଣ୍ଟରନେଟ ସେନସେସନ୍ ତଥା 'ବଚପନ୍ କା ପ୍ୟାର' ବଏ ସହଦେବ ଦିର୍ଦୋ । ଏଥର ନୂଆ ଷ୍ଟାଇଲରେ ଏହି ଗୀତକୁ ପରିବେଷଣ କରିଛନ୍ତି ସହଦେବ । ପୂର୍ବରୁ ସ୍କୁଲ ୟୁନିଫର୍ମରେ ଏହି ଗୀତକୁ ଗାଇଥିବା ବେଳେ ଏଥର ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସ୍ଥାନରେ ଠିଆ ହୋଇ ନୂଆ ଟି-ସାର୍ଟ ପିନ୍ଧି ଗାଇଛନ୍ତି ଗୀତ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ସହଦେବଙ୍କୁ ନେଇ ପୁଣି ଚର୍ଚ୍ଚା ।
ଏହି ଗୀତଟି ପ୍ରଥମେ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆରେ ଏହି ଗୀତକୁ ନେଇ ଅନେକ ରିଲ୍ସ ହେବା ସହିତ ଫେମସ ରାପର ବାଦଶାହ ମଧ୍ୟ ଏକ ଆଲବମ ସଙ୍ଗ୍ ବନାଇଥିଲେ । କିନ୍ତୁ ଏବେ ନୂଆ ରୂପରେ ପୁଣି 'ବଚପନ କା ପ୍ୟାର' ଗୀତ ଗାଇଛନ୍ତି ସହଦେବ । ଯାହାକି ପୂର୍ବ ଭିଡ଼ିଓ ପରି ହେଉଛି ଖୁବ ଭାଇରାଲ । ଛତିଶଗଡ଼ର ଅଧିବାସୀ ସହଦେବଙ୍କ ନିଜ ୨୦୧୯ ଗୀତର ରି-ଏଡିସନ ୟୁଜର୍ସଙ୍କୁ କରିଛି ମତୁଆଲା । ସହଦେବ ଫୁଲ ମୁଡ୍, ଫୁଲ ଷ୍ଟାଇଲରେ ଝରଣା ଆଗରେ ଠିଆ ହୋଇ ଗାଉଛନ୍ତି ଏହି ଭାଇରାଲ ଗୀତ ।