ଓଡିଶା

odisha

By

Published : Mar 8, 2021, 12:21 PM IST

ETV Bharat / sitara

ମହିଳା ଦିବସ ସ୍ପେଶାଲ: ଜାଣନ୍ତୁ ଏବର୍ଷ ରିଲିଜ ହେବ କେଉଁ ମହିଳା ପ୍ରାଧାନ୍ୟ ଫିଲ୍ମ...

ଏବର୍ଷ ଅନେକ ଏମିତି ଫିଲ୍ମ ରିଲିଜ ହେବ, ଯେଉଁଥିରେ ମହିଳାଙ୍କ ବାସ୍ତବ କାହାଣୀ ଦେଖିବାକୁ ମିଳିବ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ମାର୍ଚ୍ଚ 8ରେ ପୁରା ବିଶ୍ବରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ଆଜି ସାରା ବିଶ୍ବରେ ମହିଳା ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି | ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତ୍ରୀ ମଧ୍ୟ ଦ୍ବିତୀୟରେ ଅଛନ୍ତି। ଏହି ଅବସରରେ ଆମେ ଆପଣଙ୍କୁ ଏମିତି ଫିଲ୍ମ ବିଷୟରେ କହିବୁ ଯାହା ଚଳିତ ବର୍ଷ ରିଲିଜ ହେବା ସହ ମହିଳା ପ୍ରାଧାନ୍ୟତାର କାହାଣୀକୁ ନେଇ ଆଧାରିତ...

ଫିଲ୍ମ ‘ସାଇନା’ ନେଇ ଫେରିବେ ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା । ଫିଲ୍ମର କାହାଣୀ ଫେମସ ବ୍ୟାଡମିଣ୍ଟନ ପ୍ଲେୟାର ସାଇନା ନେହୱାଲଙ୍କ ଜୀବନକୁ ନେଇ ଆଧାରିତ । ଅମୋଲ ଗୁପ୍ତାଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ହୋଇଥିବା ଏହି ଫିଲ୍ମ ଚଳିତ ମାସ 26 ତାରିଖରେ ରିଲିଜ ହେବ । ଟି-ସିରିଜ ବ୍ୟାନରେ ନିର୍ମାଣ ଫିଲ୍ମ ।

ବି-ଟାଉନର କୁଇନ କଙ୍ଗନା ରଣାୱତ ଆକ୍ସନ ଡ୍ରାମା ଫିଲ୍ମ ‘ଧାକଡ’ରେ ନଜର ଆସିବେ । ଫିଲ୍ମରୁ ଅନେକ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିସାରିଛନ୍ତି କଙ୍ଗନା । ଅକ୍ଟୋବର 1ରେ ରିଲିଜ ହେବ ଫିଲ୍ମ ।

ସେହିପରି କଙ୍ଗନାଙ୍କ ଆଉ ଏକ ଫିଲ୍ମ ‘ଥଲାଇଭି’ ସିନେମାହଲରେ ଦେଖିବାକୁ ମିଳିବ । ଯେଉଁଥିରେ ସେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ । ଏପ୍ରିଲ 23ରେ ରିଲିଜ ହେବ ଫିଲ୍ମ । ଫିଲ୍ମକୁ ନେଇ ଏକ୍ସାଇଡେଟ ଫ୍ୟାନ୍ସ ।

ଖାଲି ଏତିକି ନୁହେଁ କଙ୍ଗନାଙ୍କ ଆଉ ଏକ ଆକ୍ସନ ଡ୍ରାମା ଫିଲ୍ମ ‘ତେଜସ’ ମଧ୍ୟ ଚର୍ଚ୍ଚାରେ । ଯାହାପାଇଁ କଡା ପରିଶ୍ରମ କରୁଛନ୍ତି ଅଭିନେତ୍ରୀ । ଯୁଦ୍ଧ ବିମାନର ପାଇଲଟ ଭୂମିକାରେ ନଜର ଆସିବେ ସେ । ଫିଲ୍ମର ରିଲିଜ ଡେଟ ଏଯାବତ ସାମ୍ନାକୁ ଆସିନାହିଁ । ହେଲେ ଚଳିତ ବର୍ଷ ଫିଲ୍ମକୁ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ମହିଳା ଡନ ଭୂମିକାରେ ନଜର ଆସିବେ । ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ରେ ନଜର ଆସିବେ ଅଭିନେତ୍ରୀ । ନିକଟରେ ଫିଲ୍ମର ଦମଦାର ଟିଜର ରିଲିଜ ହୋଇଥିଲା । ସେହିପରି ଜୁଲାଇ 30ରେ ରିଲିଜ ହେବ ଫିଲ୍ମ । ଆଲିୟାଙ୍କ ସହ ଫିଲ୍ମରେ ଭିଲେନ ହୋଇ ଲଢିବେ ଅଜୟ ଦେବଗନ ।

ଏବର୍ଷ ରିଲିଜ ହେବାକୁ ଯାଉଥିବା ଫିଲ୍ମରେ ବିଦ୍ୟା ବାଲନଙ୍କ ଫିଲ୍ମ ‘ସେରନୀ’ ମଧ୍ୟ ସାମିଲ ଅଛି । ଫିଲ୍ମରେ ଜଣେ ବନ ବିଭାଗ ଅଧୀକାରୀ ରୂପେ ଅଭିନୟ କରୁଛନ୍ତି ବିଦ୍ୟା । ଫିଲ୍ମର ସୁଟିଂ ବର୍ତ୍ତମାନ ମଧ୍ୟ ପ୍ରଦେଶରେ ଚାଲିଛି । ଆଉ ମେକର୍ସ ଏବର୍ଷ ଶେଷ ଆଡକୁ ଏହାକୁ ରିଲିଜ କରିବାକୁ ଯୋଜନା କରିଛନ୍ତି ।

ତାପସୀ ପନ୍ନୁଙ୍କ ଫିଲ୍ମ ‘ରଶ୍ମୀ ରକେଟ’ ରିଲିଜ ହେବା ତାଲିକାରେ । ଦୌଡରାଣୀ ରୂପେ ଅଭିନୟ କରିଛନ୍ତି ଅଭିନେତ୍ରୀ । ଫିଲ୍ମର ନିର୍ଦ୍ଦେଶନା ଆକାଶ କୁରାନା କରିଛନ୍ତି ।

‘ରଶ୍ମୀ ରକେଟ’ ବ୍ୟତୀତ ‘ସାବାସ୍ ମିଥୁ’ରେ ମଧ୍ୟ ନଜର ଆସିବେ ତାପସୀ । ଫିଲ୍ମରେ କ୍ରିକେଟ ଭୂମିକାରେ ନଜର ଆସିବେ ସେ । ପ୍ରଥମେ ଏହି ଫିଲ୍ମକୁ ଫେବୃଆରୀ 5ରେ ରିଲିଜ କରିବାକୁ ଯୋଜନା କରିଥିଲେ ମେକର୍ସ । ହେଲେ କିଛି ସମସ୍ୟା ପାଇଁ ରିଲିଜ କରାଯାଇନଥିଲା ।

ABOUT THE AUTHOR

...view details