ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଖବର ସହିତ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ସୁଶାନ୍ତଙ୍କ ଏହି ପଦକ୍ଷେପ ଦେଖି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ସୁଶାନ୍ତଙ୍କ ପରିବାର ପ୍ରତି ବଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଭାବନା ପ୍ରକାଶ କରୁଛନ୍ତି ।
ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଫ୍ରାନ୍ସର ଇଣ୍ଟରନ୍ୟାସନାଲ ସ୍ପେସ୍ ୟୁନିଭରସିଟି ମଧ୍ୟ ଦୁଖ ପ୍ରକାଶ କରିଛନ୍ତି ।
ବିଶ୍ୱବିଦ୍ୟାଳୟର ୱେବସାଇଟରେ ଲେଖାଯାଇଛି, "ଫେମସ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଖବର ଶୁଣି ଆମେ ଅତ୍ୟନ୍ତ ଦୁଖିତ । ସୁଶାନ୍ତ ଜଣେ ବିଜ୍ଞାନ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ଗଣିତର ଛାତ୍ର ଥିଲେ । ସେ ଆଇସିୟୁକୁ ସୋସିଆଲ ମିଡିଆରେ ଫଲୋ କରୁଥିଲେ " ।