ଓଡିଶା

odisha

ETV Bharat / sitara

ପ୍ରଥମ ଥର ପରଦାରେ ଦେଖିବାକୁ ମିଳିବ ଶାହାରୁଖ-ତାପସୀଙ୍କ ଯୋଡି

ରାଜକୁମାର ହିରାନୀ-ଶାହାରୁଖଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରରେ ଏବେ ମୁଖ୍ୟ ଭୂମିକାରେ ତାପସୀ ପନ୍ନୁଙ୍କୁ ଦେଖିବାକୁ ମିଳିବ । ଏହା ଏକ କମେଡି ଫିଲ୍ମ । ଅଧିକ ପଢନ୍ତୁ...

By

Published : Feb 23, 2021, 4:35 PM IST

Interesting! Taapsee Pannu bags lead role in SRK's film with Rajkumar Hirani
ପ୍ରଥମ ଥର ପରଦାରେ ଦେଖିବାକୁ ମିଳିବ ଶାହାରୁଖ-ତାପସୀଙ୍କ ଯୋଡି

ହାଇଦ୍ରାବାଦ: ଏବେ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ହିରାନୀଙ୍କ ଫିଲ୍ମ ସାଇନ କରିଛନ୍ତି । ଏହି ଚଳଚ୍ଚିତ୍ରରେ ସେ ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କ ସହ ଲିଡରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ରାଜକୁମାର ହିରାନୀ-ଶାହାରୁଖଙ୍କ ବହୁ ପ୍ରତୀକ୍ଷିତ କମେଡି ଫିଲ୍ମ ।

ରାଜକୁମାରଙ୍କ ସହ ଶାହାରୁଖଙ୍କ ଏହି ଚଳଚ୍ଚିତ୍ର ଅନ୍ୟତମ ଚର୍ଚ୍ଚିତ ଚଳଚ୍ଚିତ୍ର ଅଟେ । ଏହି ଚଳଚ୍ଚିତ୍ରଟି ଦୀର୍ଘ ସମୟ ଧରି ଲାଇମଲାଇଟରେ ରହିଆସିଛି । କିନ୍ତୁ ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ ।

ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ରଟି ଏକ ସାମାଜିକ କମେଡି ଅଟେ । ଶାହାରୁଖ ପଞ୍ଜାବରୁ କାନାଡାକୁ ଯାଉଥିବା ଜଣେ ପ୍ରବାସୀ ଭୂମିକାରେ ଅଭିନୟ କରିବେ ।

ଏହା ପ୍ରଥମ ଥର ହେବ ଯେ, ଶାହାରୁଖ-ତାପସୀ ଏକାଠି ପରଦାରେ ନଜର ଆସିବେ ।

ଏହି ସମୟରେ, ତାପସୀ ସୋମବାର ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦୋବାରା’ର ସୁଟିଂ ଆରମ୍ଭ କରିଛନ୍ତି ।

ପ୍ରକାଶ ଥାଉ ୟେ, ଏବର୍ଷ ତାପସୀଙ୍କ ବ୍ୟାକ ଟୁ ବ୍ୟାକ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହି କ୍ରମରେ ସାମିଲ ଅଛି ‘ହସୀନ ଦିଲରୁବା’, ‘ରଶ୍ମୀ ରକେଟ’, ‘ସାବାସ୍ ମିଥୁ’ ଓ ‘ଲୁପ୍ ଲପେଟା’ ଭଳି ଫିଲ୍ମ । ଯାହାର ସୁଟିଂ ନିକଟରେ ଶେଷ କରିସାରିଛନ୍ତି ଅଭିନେତ୍ରୀ ।

ABOUT THE AUTHOR

...view details