ମୁମ୍ବାଇ: ଫିଲ୍ମ 'କବୀର ସିଂ'ରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ କିଆରା ଆଡଭାନୀ ତାଙ୍କ ନୂଆ ଚଳଚ୍ଚିତ୍ର 'ଇନ୍ଦୁ କି ଜୱାନୀ'ର ପ୍ରଥମ ଗୀତ 'ହସିନା ପାଗଲ ଦିୱାନୀ' ମୁକ୍ତିଲାଭ କରିଛି ।
ନିକଟରେ ଫିଲ୍ମର ଏକ ଟିଜର ରିଲିଜ ହୋଇଥିଲା। ଯାହା ପରେ ଆଜି ଏହାର ପ୍ରଥମ ଗୀତ ମଧ୍ୟ ମୁକ୍ତିଲାଭ କରିଛି । ଗୀତର ଟାଇଟଲ୍ ହେଉଛି 'ହସିନା ପାଗଲ ଦିୱାନୀ' ।
ମିକା ସିଂଙ୍କ ଏହି ଗୀତ ଅଧିକ ଭାଇରାଲ ହେବାରେ ଲାଗିଛି । ଏହି ଗୀତରେ କିଆରା ଏକ ନୀଳ ଲେହେଙ୍ଗା ପିନ୍ଧି ଠୁମକା ଲଗାଉଥିବାର ନଜର ଆସିଛନ୍ତି । ଏହି ଗୀତଟିକୁ ମିକା ସିଂ ଏବଂ ଆସିସ୍ କୌର ଗାଇଛନ୍ତି ।