ମୁମ୍ବାଇ: 'ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ' ସିଜନ-7 ଏବଂ 'ମାଷ୍ଟରସେଫ ଇଣ୍ଡିଆ' ଭଳି ଫେମସ ଶୋର ସିନିୟର ପୋଷ୍ଟ ପ୍ରଯୋଜକ କାମ କରିସାରିଥିବା ସୋହନ ଚୌହାନଙ୍କ ଆଶ୍ଚର୍ଯ୍ୟଜନକ ମୃତ୍ୟୁ ଘଟିଛି । ତାଙ୍କ ପାର୍ଥିବ ଶରୀର ମୁମ୍ବାଇର ଆର କଲୋନୀରେ ରୟାଲ ପାମ୍ସ ସୋସାଇଟିର ଏକ ପୋଖରୀରୁ ମିଳିଛି । ତାଙ୍କ ପାର୍ଥିବ ଶରୀର ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।
ଏଯାବତ ତାଙ୍କ ମୃତ୍ୟୁର କାରଣ ସାମ୍ନାକୁ ଆସିନାହିଁ । ଅନ୍ୟପଟେ ତଦନ୍ତରେ ପୋଲିସ ଆତ୍ମହତ୍ୟା କେସ କହିଛି । ପୋଲିସ ସୋହନଙ୍କ ପାର୍ଥିବ ଶରୀର ଗୁଡଗାଁଓ ସିଦ୍ଧାର୍ଥ ମେଡିକାଲକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।