ମୁମ୍ବାଇ: ଭାରତୀୟ ହକି କିମ୍ବଦନ୍ତୀ ଖେଳାଳି ବଲବୀର ସିଂ ସୋମବାର ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଗତ କିଛି ଦିନ ହେବ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହକି ଅଲିମ୍ପିଆନ ବଲବୀର ସିଂ ଅନେକ ଥର ଭାରତକୁ ଗର୍ବିତ କରାଇଥିଲେ । ତାଙ୍କ ନାମ ଅନେକ ଐତିହାସିକ ହକି ମ୍ୟାଚରେ ମଧ୍ୟ ଲିଖିତ । ତାଙ୍କ ନିଧନରେ ବି-ଟାଉନ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛି ।
ଅକ୍ଷୟ କୁମାରଙ୍କ ପରେ ମହାନାୟକ ଅମିତାଭ ବଚ୍ଚନ ଟ୍ବିଟରରେ ବଲବୀରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ତାଙ୍କ ସ୍କୁଲ ଦିନଗୁଡ଼ିକୁ ମଧ୍ୟ ମନେ ପକାଇଛନ୍ତି । ତାଙ୍କର ଏକ ପୁରୁଣା ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଭେଟେରାନ ବଲବୀର ସିଂଙ୍କ ଦେହାନ୍ତ ହୋଇଛି । 1948 ପରଠାରୁ ମୋ ସ୍କୁଲ ଦିନରେ ତାଙ୍କର ପ୍ରତିଭା ଏବଂ ହକି କ୍ଷେତ୍ରରେ ତାଙ୍କର ସଫଳତା ଏକ ବଡ଼ କଥା ଥିଲା । ଜଣେ ଶାନଦାର ଚାମ୍ପିଆନ ଏବଂ ଭାରତର ଗର୍ବ।’