ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ସେ ତାଙ୍କ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସର୍ବଦା ନିଜର ବୋଲ୍ଡ ଫଟୋ, ୱାର୍କଆଉଟ ଭିଡିଓ ପ୍ରାୟତଃ ସେୟାର କରିଥାନ୍ତି । ଇତିମଧ୍ୟରେ ସେ ନିଜର ଏକ ଥ୍ରୋ ବ୍ୟାକ୍ ଫଟୋ ପୋଷ୍ଟକୁ ନେଇ ଚର୍ଚ୍ଚାରେ ।
ଗୁରୁବାର ଦିନ ଇଲିଆନା ନିଜର ଏକ ଫଟୋ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ଝୁଲାରେ ଶୋଇ ସମୁଦ୍ର କୂଳକୁ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି। ଫଟୋର ବ୍ୟାକଗ୍ରାଉଣ୍ତ ବହୁତ ସୁନ୍ଦର ଦେଖାଯାଉଛି ।